ଭୟ ବଢ଼ାଉଛି ମୃତ୍ୟୁ ସଂଖ୍ୟା : ଦେଶରେ ଦିନକରେ ୪,୦୭୭ ମୃତ

ଦେଶରେ କମୁଛି ସଂକ୍ରମଣ, କିନ୍ତୁ ମୃତ୍ୟୁର ଗ୍ରାଫ୍ ଏବେ ବି ଉପରମୁହାଁ

  • ଆଜି ୩.୧୧ ଲକ୍ଷ ଆକ୍ରାନ୍ତ; ୪,୦୭୭ ମୃତ
  • ଦେଶରେ ଦିନକରେ ୩ ଲକ୍ଷ ୧୧ ହଜାର ୧୭୦ ସଂକ୍ରମିତ ଚିହ୍ନଟ
  • ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭କୁ ବୃଦ୍ଧି
  • ଦେଶରେ ଦିନକରେ ୪ ହଜାର ୭୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତ ସଂଖ୍ୟାରେ ହ୍ରାସ ଦେଖାଯାଉଛି । ଅନ୍ୟପଟେ ଦକ୍ଷିଣ ଭାରତରେ କିନ୍ତୁ କରୋନା ସଂକ୍ରମଣ ଶୀର୍ଷରେ ରହିଛି । କେରଳ ଓ କର୍ଣ୍ଣାଟକ ସମେତ ପୂରା ଦକ୍ଷିଣ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି ।

ୱାଲ୍ଡୋମିଟର ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭କୁ ବୃଦ୍ଧି ପାଇଛି । ଏବଂ ମହାମାରୀରେ ୪୧୦୦ ଲୋକଙ୍କ ଜୀବନ ଯାଇଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି ପାଇଛି । କରୋନାକୁ ମାତ ଦେଇ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୭ ଲକ୍ଷ ୯୫ ହଜାର ୩୩୫ ଜଣ  କ୍ରାନ୍ତ । ସେହିପରି ଏବେ ୩୬ ଲକ୍ଷ ୧୮ ହଜାର ୪୫୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏଯାବତ ୧୮ କୋଟି ୨୨ ଲକ୍ଷ ୨୦ ହଜାର ୧୬୪ ଡୋଜ୍ ଟିକାକରଣ ହୋଇସାରିଥିବା ବେଳେ ଆଜି ସୁଦ୍ଧା ୩୧ କୋଟି ୪୮ ଲକ୍ଷ ୫୦ ହଜାର ୧୪୩ଟି ନମୁନା ପରୀକ୍ଷଣ ।

ସେପଟେ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମାମଲା କମି କମି ଆସୁଛି  । ଗତ ୨୪ ଘଣ୍ଟାରେ ସେଠାରେ ୬୪୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛି ଏବଂ ୩୩୭ ଲୋକଙ୍କ ଜୀବନ ନେଇଛି ମହାମାରୀ । ଆଉ ଏହାରୁ ଭିତରେ ୧୧ ହଜାର ୫୯୨ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀରେ କରେନା ସଂକ୍ରମଣ ହାର ହ୍ରାସ ପାଇ ୧୧.୩୨ ପ୍ରତିଶତ ହୋଇଯାଇଛି ।  ଏବେ ଦିଲ୍ଲୀରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୦୦୦ ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଲଗାତାର ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି । ଗୋଟିଏ ଦିନରେ ମହାରାଷ୍ଟ୍ରରେ ୩୪ ହଜାର ୮୪୮ ନୂଆ ମାମଲା ଚିହ୍ନଟ ହୋଇଛି ଓ କରୋନା ସଂକ୍ରମିତ ହୋଇ ଦିନକରେ ୯୬୦ ଜଣ ପ୍ରାଣ ହରାଇଛନ୍ତି । ଏବେ ମହାରାଷ୍ଟ୍ରରେ ୯୪ ହାଜାରରୁ ଅଧସିକ ସଂକ୍ରିୟ ସଂକ୍ରମିତ ଅଛନ୍ତି ।

You might also like