୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍‌ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ଦୈନିକ କରୋନା ମୃତ୍ୟୁ ହାର ୪ ହଜାର ଉପରେ ଥିବାବେଳେ ଆଜି ୪ ହଜାର ତଳକୁ ଖସିଛି। ଆଜି ଦେଶରେ ୩, ୮୭୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

ଏହି ସମୟ ମଧ୍ୟରେ ଦେଶରେ ୩, ୬୯,୦୭୭ ଲୋକ କରୋନାରୁ ମୁକ୍ତ ହୋଇଛନ୍ତି। ଏହାପରେ ଦେଶରେ ଆକ୍ଟିଭ କେସ ୯୬, ୮୪୧ କମିଛି।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ରାଜ୍ୟରେ ଆକ୍ଟିଭ କେସ ୩୧, ୨୯, ୮୭୮ ରହିଥିବାବେଳେ ୨, ୨୩, ୫୫, ୪୪୦ ଲୋକ ଡିସଚାର୍ଜ ହୋଇ ଠିକ ହୋଇଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇଲେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨, ୮୭, ୧୨୨ରେ ପହଞ୍ଚିଛି।

କରୋନା ନିୟନ୍ତ୍ରଣ ପାଇଁ ଦେଶରେ ଭାକ୍ସିନେଶନ ମଧ୍ୟ ଜୋରଦାର କରାଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧ ୧୮, ୭୦, ୦୯, ୭୨୯ ଜଣ ଭାକ୍ସିନ ନେଇ ସାରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ବୁଧବାର ୨୦, ୫୫, ୦୧୦ ଜଣଙ୍କର ନମୂନା ପରୀକ୍ଷା କରାଯାଇଛି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ରାଜ୍ୟରେ ୩୪ ହଜାର ୦୩୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪, ୬୭, ୫୩୭ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୯୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ରାଜ୍ୟରେ କରୋନାରେ  ୮୪, ୩୭୧ ଜଣଙ୍କର ଜୀବନ ଗଲାଣି। ରାଜ୍ୟରେ ଏବ ଆକ୍ଟିଭ କେସ ୪, ୦୧ ୬୯୫ ରହିଛି। ରାଜ୍ୟରେ ଏବେ ସୁସ୍ଥ ହାର ୯୧.୦୬ ଅଛି।

ସେହିପରି ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୩୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମହାନଗରରେ ସଂକ୍ରମିତଙ୍କ ସଂଖ୍ୟା ୬, ୯୧, ୩୫୨ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୫୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୧୪, ୩୭୩ ଛୁଇଁଛି।

You might also like