ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କେଜ୍ରିୱାଲ ସରକାରଙ୍କର ଚିନ୍ତା ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା ୭୨୦ଜଣଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଥିବାବେଳେ ୨୫ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ୧୨ଜଣଙ୍କ ମୃତ୍ୟୁ ହୋଇଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ଆଇସିୟୁରେ ରଖାଯାଇଥିବା ବେଳେ ୭ଜଣ ଭେଣ୍ଟିଲେଟରରେ ଅଛନ୍ତି।  କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ଅଂଚଳ ବା ହଟ୍‌ସ୍ପଟ୍‌ ଉପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଶେଷ ନଜର ରଖାଯାଇଛି।

ପରିସ୍ଥିତିକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଜାମା ମସଜିଦ ଅଂଚଳରେ କଡାନଜର ରଖାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ଦ୍ୱାରା ବିଭିନ୍ନ ଅଂଚଳ ଉପରେ ନଜର ରଖାଯାଇଛି। ସେହି ଅଂଚଳରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରାଯାଉଛି। ନିଜାମୁଦ୍ଦିନ ଅଂଚଳରେ ୬ହଜାର ଘରକୁ ସ୍କାନିଂ କରାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

You might also like