ପ୍ରାଇଭେଟ୍‌ ଲ୍ୟାବ୍‌କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି: ମୂଲ୍ୟ ୪,୫୦୦

ନୂଆଦିଲ୍ଲୀ: ପ୍ରାଇଭେଟ୍‌ ଲ୍ୟାବ୍‌କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ତେବେ ଏଥିପାଇଁ ଆଇସିଏମ୍‌ଆର୍(ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଜିକାଲ୍‌ ରିସର୍ଚ)ଏକ ଗାଇଡ୍‌ଲାଇନ୍‌ ଜାରି କରିଛି।

ଏହି ଗାଇଡ୍‌ଲାଇନ୍‌ ଅନୁସାରେ, ପ୍ରାଇଭେଟ୍‌ ଲାବ୍‌ଗୁଡ଼ିକ କୋଭିଡ୍‌-୧୯ ଟେଷ୍ଟ ପାଇଁ ସର୍ବାଧିକ ଚାର୍ଜ ୪,୫୦୦ରୁ ଅଧିକା ଚାର୍ଜ ନେଇପାରିବେ ନାହିଁ।

ଆର୍‌ଏନ୍‌ଏ ଭାଇରସ୍‌ ପାଇଁ ରିୟଲ୍‌ ଟାଇମ୍‌ ପିସିଆଓର୍‌ ଏସ୍‌ଏ ଟେଷ୍ଟ ବ୍ୟବସ୍ଥା ଥିବା ଏନ୍‌ଏବିଏଲ୍‌( ନ୍ୟାସ୍‌ନାଲ୍‌ ଏକ୍ରେଡିଏସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କେଲିବ୍ରେସନ୍ ଲାବୋରେଟୋରିସ୍ ) ସ୍ୱିକୃତି ପ୍ରାପ୍ତ ସମସ୍ତ ପ୍ରାଇଭେଟ୍‌ ଲାବ୍‌ଗୁଡ଼ିକୁ କୋଭିଡ୍‌-୧୯ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି।

ଗାଇଡ୍‌ ଅନୁସାରେ, କୋଭିଡ୍-୧୯ ଟେଷ୍ଟ ପାଇଁ ସର୍ବାଧିକ ଚାର୍ଜ ୪,୫୦୦ରୁ ଅଧିକ ନିଆଯିବ ନାହିଁ। ସେଥିମଧ୍ୟରୁ ସନ୍ଧିଗ୍ଧଙ୍କ ସ୍କ୍ରିନିଂ ଟେଷ୍ଟ ପାଇଁ ୧୫୦୦ ଓ କନଫର୍‌ମେସନ୍‌ ଟେଷ୍ଟ ପାଇଁ ଅତିରିକ୍ତ ଚାର୍ଜ ୩ ହଜାର ଟଙ୍କା ନିଆଯାଇପାରେ ବୋଲି ଗାଇଡ୍‌ ଲାଇନ୍‌ରେ କୁହାଯାଇଛି।

ଏଭଳି ସ୍ୱାସ୍ଥ୍ୟଗତ ଜରୁରୀକାଳିନ ପରିସ୍ଥିତିରେ ଆସିଏମ୍‌ଆର୍‌ ମାଗଣା ଓ ସବ୍‌ସିଡିଯୁକ୍ତ ଚିକିତ୍ସା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରୁଛି ବୋଲ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତଥାପି ପ୍ରାଇଭେଟ୍‌ ଲାବଗୁଡ଼ିକ ଗାଇଡ୍‌ଲାଇନ୍‌ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ରୋଗୀର ସମ୍ପଲ କଲେକ୍ସନ ଏବଂ ଟେଷ୍ଟିଂ ବେଳେ ଉପଯୁକ୍ତ ବାୟୋସେଫ୍ଟି ଓ ବାୟୋସିକ୍ୟୁରିଟିକୁ ଧ୍ୟାନ ଦେବା ସୁନିଶ୍ଚିତ ବୋଲି  ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

You might also like