କରୋନା ଭ୍ୟାକ୍ସିନ ପରୀକ୍ଷା ପାଇଁ ପାକିସ୍ତାନକୁ ବଳି କା ବକରା କରିବ ଚୀନ

ଇସଲାମବାଦ: କରୋନା ଭାଇରସକୁ ନେଇ ସାରା ବିଶ୍ୱର ନଜର ଏବେ ଚୀନ ଉପରେ ରହିଛି । କାରଣ ଚୀନର ଉହାନରୁ ଏହି ଭାଇରସର ଉତ୍ପତି ହୋଇଥିଲେ ହେଁ ଏହାର ଭୟାବହତା ଜାଣି ମଧ୍ୟ ଚୀନ ଠିକ ସମୟରେ ଠିକ ପଦକ୍ଷେପ ନେଇ ନ ଥିଲା । ଯେଉଁଥି ପାଇଁ ସାରା ବିଶ୍ୱ ଆଜି କରୋନା କବ୍‌ଜାରେ।  ତେବେ କରୋନା ମୁକାବିଲା ପାଇଁ ଏବେ ଚାଇନା ପ୍ରସ୍ତୁତ କରୁଛି ଭ୍ୟାକ୍ସିନ । ଆଉ ଏଇ ଭ୍ୟାକ୍ସିନର ପରୀକ୍ଷା ପାଇଁ ବଳି କା ବକରା ବନାଇଛି ପାକିସ୍ତାନକୁ ।

ଜାଣିବାକୁ ମିଳୁଛି,  କରୋନା ମୁକାବିଲା ପାଇଁ ଚୀନ ଭ୍ୟାକ୍ସିନ ତିଆରି କରିଛି । ଆସନ୍ତା ତିନି ମାସ ମଧ୍ୟରେ ପାକିସ୍ତାନରେ ଏହି ଭ୍ୟାକ୍ସିନ ପରୀକ୍ଷା କରିବ ଚାଇନା । ଏଇ ଭ୍ୟାକ୍ସିନ କେତେ କାର୍ଯ୍ୟକ୍ଷମ ହୋଇ ପାରୁଛି ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ନାହିଁ ତାହା  ଜାଣବା ପାଇଁ ଚୀନ ଏହାର ପରୀକ୍ଷା ଆରମ୍ଭ କରିବାକୁ ଯାଉଛି।

ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ‘୯୨ ନ୍ୟୁଜ’ ସହ ଆଲୋଚନାବେଳେ ପାକିସ୍ତାନ ନାଶନାଲ ଇନ୍‌‌ଷ୍ଟିଚ୍ୟୁଟ ଅଫ ହେଲ୍‌‌ଥର ମେଜର ଜନରାଲ ଡା. ଅମୀର ଇକରାମ୍‌ କହିଛନ୍ତି, ‘ଚୀନ ଭ୍ୟାକ୍ସିନର ଟ୍ରାଏଲ କାମ ଆରମ୍ଭ କରି ଦେଇଛି । ତେଣୁ ଆଶା କରାଯାଉଛି, ପାକିସ୍ତାନରେ ଆସନ୍ତା ତିନି ମାସ ଭିତରେ କରୋନା ଭାଇରସ୍‌ ଭ୍ୟାକ୍ସିନ ଲଞ୍ଚ କରାଯିବ ।’

ଇକରାମ କହିଛନ୍ତି, ଅନେକ କମ୍ପାନୀ ଭ୍ୟାକ୍ସିନ ତିଆରି କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଚୀନ ଏହାକୁ ବାହାର କରି ସାରିଲାଣି। ଚୀନ ପ୍ରସ୍ତୁତ କରିଥିବା ଏଇ ଭ୍ୟାକ୍ସିନକୁ ଅନେକ ସଂସ୍ଥା ପକ୍ଷରୁ ସ୍ୱୀକୃତି ମଧ୍ୟ ମିଳିଗଲାଣି। ତେଣୁ ଆମେ ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରିପାରିବୁ ।’

ପ୍ରକୃତରେ କଥା ହେଲା, ଚୀନ ବାହାର କରିଥିବା ତାର ଭ୍ୟାକ୍ସିନ ପାକିସ୍ତାନରେ ଆକ୍ରାନ୍ତଙ୍କ ପାଖରେ ପରୀକ୍ଷା କରିବାକୁ ଯାଉଛି । ତେବେ ଯେ କୌଣସି ଭ୍ୟାକ୍ସିନ ମଣିଷ ଦେହରେ ପରୀକ୍ଷା କରିବା ବହୁତ ବିପଜ୍ନନକ । ଏହା ଦ୍ୱାରା ରୋଗୀର ଜୀବନ ବି ଯାଇପାରେ। ରୋଗ ଆହୁରି ବଢି ବି ପାରେ ।
ତେବେ ଚୀନକୁ ଖୁସି କରିବାକୁ ଯାଇ ପାକିସ୍ତାନ ଏ ସବୁ ବିପଦକୁ ମୁଣ୍ଡାଇବାକୁ ଯାଉଛି । ନିଜ ନାଗରିକମାନଙ୍କ ଜୀବନକୁ ବାଜି ଲଗାଇବାକୁ ବି ଇମ୍ରାନ ସରକାର ପଛଘୁଞ୍ଚା ଦେଉନି । ଏଠି କହି ରଖିବୁ, ଏହା ପୂର୍ବରୁ ଚୀନ ମଧ୍ୟ ଘୋଷଣା କରିଛି ଯେ, ନିଜ ଭ୍ୟାକ୍ସିନ ଅନ୍ୟ ଦେଶରେ ପରୀକ୍ଷା କରିବ । ଚୀନ ଗବେଷକମାନେ ମଧ୍ୟ କହିଥିଲେ, ଚୀନ ଏକ ଭ୍ୟାକ୍ସିନ ତିଆରି କରିଛି । କରୋନା ପ୍ରଭାବିତ ଅନ୍ୟ ଦେଶରେ ଏହାର କ୍ଲିନିକାଲ ଟେଷ୍ଟ କରିବ ।
ସୂଚନା ଯୋଗ୍ୟ ଯେ, ଚୀନର ଉହାନ ସହରରେ ମାର୍ଚ୍ଚ ୧୬ ତାରିଖରୁ ଏହି ଟିକା ପରୀକ୍ଷା ଚାଲିଛି । ଗବେଷକମାନେ ଦାବି କରିଛନ୍ତି ଯେ ଏହି ପରୀକ୍ଷା ଠିକ ଭାବେ ଚାଲିଛି । ଏହାର ପରିଣାମର ଘୋଷଣା ଏପ୍ରିଲରେ କରାଯିବ । ଏହି ଟିକାର ପରୀକ୍ଷା ଚୀନ୍‌ରେ ଥିବା ବିଦେଶୀମାନଙ୍କ ଶରୀରରେ କରାଯିବ ।
ପାକିସ୍ତାନରେ ମଧ୍ୟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ୨୨୨ ଜଣଙ୍କର ମୃତ୍ୟୁ ଘଟିଲାଣି ।

ଆହୁରି ପଢ଼ନ୍ତୁ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

You might also like