ପର୍ଲ ହାର୍ବର ଓ ୯/୧୧ ଆକ୍ରମଣଠାରୁ ଆହୁରି ଭୟଙ୍କର କରୋନା ପ୍ରଭାବ

ୱାଶିଂଟନ: ପ୍ରାଣଘାତୀ କରୋନା ଭାଇରସର ପ୍ରଭାବ ପର୍ଲ ହାର୍ବର ଏବଂ ୯/୧୧ ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ନର୍ସମାନଙ୍କ ସହ ଏକ ବୈଠକ ସମୟରେ  ସାମ୍ବାଦିକମାନଙ୍କୁ କହିଛନ୍ତି, ଆମ ଦେଶ ଏବେ ସବୁଠାରୁ ବଡ ଆକ୍ରମଣକୁ ସାମ୍ନା କରୁଛି। କରୋନା ଭାଇରସ ପ୍ରକୃତରେ ବହୁତ ବଡ ଏକ ଆକ୍ରମଣ। ପର୍ଲ ହାର୍ବରଠାରୁ ମଧ୍ୟ ଭୟଙ୍କର। ଏପରି ୱାର୍ଲଡ ଟ୍ରେଡ୍ ସେଣ୍ଟର ଆକ୍ରମଣଠାରୁ ମଧ୍ୟ ଆହୁରି ଭୟଙ୍କର। ପୂର୍ବରୁ ଏପରି ଆକ୍ରମଣ କେବେ ହୋଇ ନ ଥିଲା।

ସାମ୍ବାଦିକମାନେ  ରାଷ୍ଟ୍ରପତି ଟ୍ରମ୍ପଙ୍କୁ କୋଭିଡ-୧୯ ସହ ପର୍ଲ ହାର୍ବର ଏବଂ ୯/୧୧ର ତୁଳନା ସମ୍ପର୍କରେ ପଚାରିବାରୁ ସ କହିଥିଲେ, ‘ମୁଁ ଏହି ଅଦୃଶ୍ୟ ଶତ୍ରୁର ମୁକାବିଲାକୁ ଯୁଦ୍ଧ ରୂପରେ ଦେଖୁଛି। ପୂର୍ବରୁ ଏହାକୁ ରୋକା ଯାଇ ପାରିଥାନ୍ତା। କିନ୍ତୁ ତାହା ହେଲା ନାହିଁ।’
ସେ ଆହୁରି କହିଛନ୍ତି, ଏହି କରୋନା ଭାଇରସ ପ୍ରଭାବରେ ପର୍ଲ ହାର୍ବର ଆକ୍ରମଣ ଏବଂ ଟ୍ୱିନ ସିଟି ଆକ୍ରମଣଠାରୁ ମଧ୍ୟ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଲାଣି।
ସୂଚନା ଥାଉ କି, ଟ୍ରମ୍ପ ଯେଉଁ ପର୍ଲ ହାରବାର କଥା କହୁଛନ୍ତି, ତାହା ଜାପାନ ଦ୍ୱାରା ହୋଇଥିଲା। ଜାପାନ ପକ୍ଷରୁ ୧୯୪୧ରେ ହାୱାଇଠାରେ ଥିବା ପର୍ଲ ହାରବର ନୌସେନା ବେସ ଉପରେ ଆକ୍ରମଣ କରାଯାଇଥିଲା। ଫଳରେ ଆମେରିକା ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାମିଲ ହୋଇଥିଲା।

ସେହିପରି ଆତଙ୍କବାଦୀଙ୍କ ଟ୍ୱିନ୍‌ସିଟି ଆକ୍ରମଣରେ ପ୍ରାୟ ୩ ହଜାର ଲୋକ ମରିଥିଲେ। ଏହି ଦିନ ଆମେରିକା ଇତିହାସରେ ଏକ କଳା ଦିବସ ଥିଲା।

You might also like