କରୋନାକୁ ନେଇ ବ୍ରିଟେନ୍‌ରୁ ଆସିଲା ଭଲ ଖବର

ଲଣ୍ଡନ: କରୋନା ମହାମାରୀ ସାରା ବିଶ୍ୱକୁ ଥରହର କରିଥିବା ବେଳେ ଏଭଳି ସମୟରେ ବ୍ରିଟେନରୁ ଆସିଛି ଭଲ ଖବର। ଏହି ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇପାରୁଛି ଡେକ୍ସାମେଥାସନ୍ ଔଷଧ। ପ୍ରତି ୩ ଜଣ ଗୁରୁତର କୋଭିଡ୍ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏ ଔଷଧ କାମ ଦେଉଥିବା ଏବଂ ରୋଗୀଙ୍କ ଜୀବନ ବଞ୍ଚାଇ ପାରୁଥିବା ବ୍ରିଟେନର ଚିକିତ୍ସାବିଜ୍ଞାନୀ ଦାବି କରିଛନ୍ତି।

ଏହି ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଇଛି। ଏହାକୁ କୋଭିଡ ରୋଗୀଙ୍କ ନିଦାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ଗବେଷକମାନେ କହିବା ସହ କରୋନା ରୋଗ ବିରୋଧରେ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି।

ଯେଉଁ କରୋନା ରୋଗୀ ଭେଣ୍ଟିଲେଟର କିମ୍ବା ଏକ୍ସିଜେନ୍ ସିଷ୍ଟମରେ ଥିବେ ସେମାନଙ୍କୁ ଡେକ୍ସାମେଥାସନ୍ ଔଷଧ ଦିଆଯାଇପାରିବ। ଏହି ଔଷଧର ଦାମ୍ ଅତି ନଗଣ୍ୟ ହୋଇଥିବା ବେଳେ ଏହା ଜୀବନ ରକ୍ଷାକାରୀ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର କହିଛନ୍ତି।

You might also like