ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ  ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଏପରିସ୍ଥଳେ ବିଶେଷଜ୍ଞ ମାନେ ତୃତୀୟ ଲହରୀ ବିଷୟରେ ବାରମ୍ବାର ଚେତାବନୀ ଦେଉଛନ୍ତି । ତେବେ ଏହାରି ମଧ୍ୟରେ ଏହି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  କରୋନାର ଡେଲଟା ଭାରିଏଣ୍ଟ୍ ପାଇଁ  ସମଗ୍ର ବିଶ୍ୱକୁ ସତର୍କ କରାଇଛନ୍ତି ।  ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୮୫ ଦେଶରେ ଡେଲଟା ଭାରିଏଣ୍ଟ୍  ବ୍ୟାପିସାରିଛି । ଏହି ଧାରା ଅବ୍ୟାହତ ଆହୁରି ଅନେକ ଦେଶରେ ବିନାଶ ହୋଇପାରେ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଉଛି ।

କରୋନାର ଡେଲଟା ଭାରିଏଣ୍ଟ୍ ଅନ୍ୟ ଭାରିଏଣ୍ଟ୍  ତୁଳନାରେ ଶୀଘ୍ର ବ୍ୟାପିବାରେ ଲାଗିଛି । କରୋନାର ସାପ୍ତାହିକ ଅଧ୍ୟୟନ ଅନୁସାରେ କରୋନାର ଆଲଫା ଭାରିଏଣ୍ଟ୍ ୧୭୦ ଦେଶକୁ ବ୍ୟାପିଥିବା ବେଳେ ବିବଟା ଭାରିଏଣ୍ଟ୍ ୧୧୯ ଦେଶରେ ବ୍ୟାପିଛି ।   ଅନ୍ୟପଟେ ୭୧ ଟି ଦେଶରେ ଗାମା ଭାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିଛି । ଏବଂ ଅତି ଅଳ୍ପ ଦିନରେ ଏବେ ସୁଦ୍ଧା ୮୫ ଦେଶକୁ ବ୍ୟାପି ସାରିଲାଣି ଡେଲଟା ଭାରିଏଣ୍ଟ୍  ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଗତ ଦୁଇ ସପ୍ତାହ ମଧ୍ୟରେ ଡେଲଟା ଭାରିଏଣ୍ଟ୍ ୧୧ ଟି ନୂତନ ଦେଶକୁ ବ୍ୟାପିଛି । ଆଲଫା, ବିଟା, ଗାମା ଏବଂ ଡେଲଟା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଆଲଫା ଅପେକ୍ଷା ଡେଲଟା ଭାରିଏଣ୍ଟ୍ ଅଧିକ ଦ୍ରୁତ ଗତିରେ ବ୍ୟାପିଛି । ଏହି ଧାରାରେ ସଂକ୍ରମଣ ହାର ବୃଦ୍ଧି ପାଇଲେ, ଆହୁରି ଅନେକ ଦେଶକୁ ବ୍ୟାପିବାର ଆଶଙ୍କା ରହିଛି, ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ ।

ଡେଲଟା ଭାରିଏଣ୍ଟ୍ ସଂକ୍ରମିତ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକତା ପେଡ଼ ବୋଲି ସିଙ୍ଗାପୁରର ଏକ ଅଧ୍ୟୟନରୁ ଜଣାପଡିଛି । ଏହା ବ୍ୟତୀତ ଏଭଳି ଲୋକଙ୍କୁ ଆଇସିୟୁରେ ଭର୍ତ୍ତି କରିବାର ଅନେକ ସମ୍ଭାବନା ରହିଥାଏ । ଡେଲଟା ଭାରିଏଣ୍ଟରେ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ମଧ୍ୟ ଅଧିକ ଥାଏ । ଏଥିସହ ଜାପାନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଲଫା ତୁଳନାରେ ଡେଲଟା ପ୍ରକାରରେ ସଂକ୍ରମଣ ହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।

ସେପଟେ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ଡେଲଟା ଭାରିଏଣ୍ଟ ବିରୋଧରେ କେତେ ପ୍ରଭାବଶାଳୀ ତାହା ଉପରେ ମଧ୍ୟ ଅଧ୍ୟୟନ କରାଯାଇଛି । ଟିକା ଦୁଇ ଡୋଜ ପରେ ଡେଲଟା ଏବଂ ଆଲଫା ଭାରିଏଣ୍ଟ ସଂକ୍ରମିତ ରୋଗୀଙ୍କୁ ଯଥାକ୍ରମେ ୯୫ ଏବଂ ୯୬ ପ୍ରତିଶତ ସୁରକ୍ଷା ମିଳିଥାଏ ବୋଲି ଜଣାପଡ଼ିଛି । ଅର୍ଥାତ୍ ଟିକା ନେବା ପରେ କେବଳ ୪ରୁ ୫ ପ୍ରତିଶତ ରୋଗୀଙ୍କୁ ଡାକ୍ତରଖାନା ଯିବାର ଅବାଶ୍ୟକତା ପଡେ ।

Other Stories