ରାଷ୍ଟ୍ରପତି ଭବନ ଓ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗକୁ ବ୍ୟାପିଲା କରୋନା, ଜଣଙ୍କର ନେଲା ମୁଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ରାଷ୍ଟ୍ରପତି ଭବନ ଏବଂ ଲୋକସଭା ସଚିବାଳୟ ପରେ ପାଣିପାଗ ବିଭାଗ ବିଭାଗକୁ ବ୍ୟାପିଲା କରୋନା। ଏଠାରେ ଜଣେ କର୍ମଚାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି।

ମଲ୍ଟି ଟାସ୍କିଂ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ପାଣିପାଗ ବିଭାଗର କର୍ମଚାରୀ ୧୭ ଏପ୍ରିଲରେ ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି।

ଏହା ପରେ ପାଣିପାଗ ବିଭାଗରେ ଭୟର ବାତାବରଣ ଦେଖାଦେଇଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅନେକ କର୍ମଚାରୀଙ୍କୁ ସଜାଗ ରହିବାକୁ ମଧ୍ୟ କୁହାଯାଇଛି। ଏହାପରେ ସାନିଟାଇଜିଂ ମଧ୍ୟ କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦ ଜଣ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ଗତ କିଛି ଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ଏହାପୂର୍ବରୁ ଲୋକସଭା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ହାଉସ୍‌ କିପିଙ୍ଗ୍‌ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଚିବାଳୟରେ କର୍ମଚାରୀ ସଂକ୍ରମିତ ହେବା ପରେ ସେଠାରେ ଭୟର ବାତାବରଣ ଦେଖାଦେଇଥିଲା। ପରେ ଲୋକସଭାକୁ ସାନିଟାଇଜର କରାଯାଇଥିଲା।

 

 

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like