୪୫ ଆମ୍ୱୁଲାନ୍ସ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷ୍ମୀ ନଗରରେ ଥିବା କ୍ୟାଟ୍ସ ଆମ୍ବୁଲାନ୍ସ ୧୦୨ର ୪୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। ସେଠାକାର ୮୦ଜଣ କର୍ମଚାରୀଙ୍କ ନମୂନା କରୋନା ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୫ ଜଣ କରୋନ ପଜିଟିଭ ଥିବା ଜଣାପଡିଛି। ରୋଗୀଙ୍କୁ କ୍ୟାଟ୍ସ ଆମ୍ୱୁଲାନ୍ସ ସାହାଯ୍ୟରେ ମେଡିକାଲକୁ ନିଆଯାଉଥିଲା। ସେହି ସଂସ୍ଥାର କିଛି ଅଧିକାରୀଙ୍କ ପରିବାର ମଧ୍ୟ  ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି

ଖବର ଅନୁଯାୟୀ, ଦିଲ୍ଲୀରେ ଗତ ୨୪ଘଣ୍ଟା ମଧ୍ୟରେ ୪୪୮ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡଛି। ଲକ୍‌ଡାଉନ୍ ଜାରି କରାଯାଇଥିଲେ ବି ସେଠାରେ କରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା, ମାତ୍ର ୬ଦିନ ମଧ୍ୟରେ ୨୦୦୦ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି।

You might also like