କରୋନା ଭାଇରସ୍‌ ଆତଙ୍କ: ଗ୍ଲୋବାଲ୍ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କଲା WHO

ଉହାନ: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ। ଆନ୍ତର୍ଜାତିକ ସ୍ତରରେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

ଚାଇନାରେ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇସର କାୟା ମେଲାଇବାରେ ଲାଗିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବାରୁ ଏହାକୁ ରୋକିବାକୁ ବିଶ୍ୱକୁ ସତର୍କ କରାଇଛି WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। ଅନ୍ୟପକ୍ଷରେ ଚାଇନାରେ ଏହି ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୨୧୩ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି।

Image result for coronavirus"

ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଚାଇନା ସମେତ ବିଶ୍ୱର ୧୫ଟି ରାଷ୍ଟ୍ର ଏହି ଭୟଙ୍କର ଭୂତାଣୁ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରୋସ ଅଧନମ ଘେବ୍ରେୟସୁ କହିଛନ୍ତି, “ଆମେ ଚାଇନାରେ କରୋନା ଭାଇରସ ବ୍ୟାପୁଥିବାରୁ କେବଳ ଯେ ଗ୍ଲୋବାଲ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କରୁଛୁ, ତା’ ନୁହେଁ ବରଂ ଏବେ ଏହି ଭାଇରସ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପୁଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଚାଇନା ପରେ ଯେଉଁ ଦେଶଗୁଡ଼ିକରେ ସ୍ୱାସ୍ଥ୍ୟସେବା ଭଲ ନାହିଁ, ସେଠାରେ ମଧ୍ୟ ଏହି ଭାଇରସ ବ୍ୟାପିବାର ଆଶଙ୍କା ରହିଛି। ଆମକୁ ଏକାଠି ହୋଇ ଏହାର ମୁକାବିଲା କରିବାକୁ ପଡ଼ିବ ଓ ଏହା ଯେମିତି ନ ବ୍ୟାପିବ ସେକଥା ନିଶ୍ଚିତ କରିବାକୁ ହେବ। ଗ୍ଲୋବାଲ ହେଲ୍‌ଥ ଇମର୍ଜେନ୍ସିର ଅର୍ଥ ଚାଇନା ସହ ବାଣିଜ୍ୟିକ ସମ୍ପର୍କକୁ ବନ୍ଦ ରଖିବା।

Image result for coronavirus"

ଏଥିସହ ଏଠାକୁ ନ ଯିବା କିମ୍ବା ସେଠାରୁ ଲୋକଙ୍କୁ ଅନ୍ୟ ଦେଶର ପ୍ରବେଶ ଉପରେ କଟକଣା ଲଗାଇବା। ଚାଇନା ସହ ଲାଗିଥିବା ସୀମାକୁ ସିଲ୍‌ ମଧ୍ୟ କରାଯିବ। ବିଶେଷ କରି ଚାଇନାର ଉହାନରେ ଏହି ଭାଇରସ ପ୍ରଥମେ ଚିହ୍ନଟ ହୋଇଥିଲା। ତେଣୁ ଚାଇନାର ଅନ୍ୟ ପ୍ରାନ୍ତରୁ ଲୋକମାନେ ଯେମିତି ସେଠାକୁ ନ ଯିବେ, ତା’ର ବ୍ୟବସ୍ଥା କରିବା।” ବର୍ତ୍ତମାନ ସୁଦ୍ଧା ୧୮ଟି ଦେଶରେ ୯୮ ଜଣ ଭୂତାଣୁରେ ସଂକ୍ରମିତ ହୋଇଥିଲେ ବି ମୃତ୍ୟୁ ନେଇ ସୂଚନା ମିଳିନାହିଁ।

Image result for who cocorona viru"

WHOର ଗ୍ଲୋବାଲ୍‌ ହେଲ୍‌ଥ ଇମର୍ଜେନ୍ସି କ’ଣ ?

  • କୌଣସି ରୋଗ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଲେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗ୍ଲୋବାଲ ହେଲ୍‌ଥ ଇମର୍ଜେନ୍ସି ଘୋଷଣା କରିଥାଏ।
  • କରୋନା ଭାଇରସ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। କରୋନା ଭାଇରସ କାୟା ମେଲାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀ ବୈଠକ ଡାକି ସାରା ବିଶ୍ୱରେ ଇମର୍ଜେନ୍ସି ଘୋଷଣା କରିଛି।
  • ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା ହେବା ଫଳରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା ଉପରେ କଟକଣା ଲାଗିଥାଏ। ଚୀନ୍‌ ଉପରେ ଏବେ ଏହି କଟକଣା ଲାଗିବ।
  • ସଂକ୍ରମଣ ଦେଶକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ଭିସା ବନ୍ଦ କରିବା ସହିତ ଦେଶର ସୀମା କୁ ସିଲ୍ କରାଯିବ।
  • ବର୍ତ୍ତମାନ ପାଇଁ ବାଣିଜ୍ୟିକ କାରବାର ମଧ୍ୟ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏସବୁ ସଂପୂର୍ଣ୍ଣ ବନ୍ଦ ରଖିବାକୁ WHO ପାଖରେ କ୍ଷମତା ନଥିବାରୁ କେବଳ ପରାମର୍ଶ ଜାରି କରିଛି।
  • ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ ଏହାର ମୁକାବିଲା କରିବେ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଇ ଦେବ।
  • କରୋନା ଭାଇରସର ମୁକାବିଲା ପାଇଁ ସଂଗଠନ ପାଖରେ ୧.୮ ମିଲିୟନ ଡଲାର ଫଣ୍ଡ ରହିଛି।

ତେବେ ଏହିସବୁ  ଉପରେ ରୋକ୍ ଲଗାଇ ପାରିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେଣୁ ସେ କେବଳ ପ୍ରସ୍ତାବ ଦେଇପାରିବ।

Image result for who cocorona viru"

You might also like