କୋଭିଡ୍-୧୯ରେ ଆଜି ଗୋଟିଏ ଦିନରେ ବିଶ୍ୱରେ ୫ ହଜାର ଲୋକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆଜି ଗୋଟିଏ ଦିନରେ ବିଶ୍ୱରେ ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଏହାପରେ ମୃତ୍ୟୁ ସଂଖ୍ୟା ଆଜି ୭୬ ହଜାର ପାର କରିଛି। ବିଶ୍ୱର ୨୦୯ ଦେଶ ଏବେ କରୋନା କବଳିତ।

ସବୁଠୁ ଉଦବେଗଜନକ ସ୍ଥିତ ଏବେ ଆମେରିକାରେ ଦେଖିବାକୁ ମିଳୁଛି। ଆମେରିକା ବର୍ତ୍ତମାନ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ମୃତ୍ୟୁ ସଂଖ୍ୟା ୧୧ ହଜାର ପାଖାପାଖି ପହଞ୍ଚିଥିବା ବେଳେ ୩ ଲକ୍ଷ ୬୭ ହଜାର ୬୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆମେରିକାର ନ୍ୟୁର, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, ଫ୍ଲୋରିଡାରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ସେହିଭଳି ସ୍ପେନ୍‌ରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠି ୪୫୭ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ରହିଛି। ସେହିଭଳି ଏଠି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷକୁ ବଢ଼ିଛି।

ଇଟାଲିରେ ମୃତ୍ୟୁ ସଂଖ୍ୟା ୧୬ ହଜାର ପାର କରିଥିବା ବେଳେ ସଂକ୍ରମିତଙ୍କ  ସଂଖ୍ୟା ୧ ଲକ୍ଷ ୩୨ ହଜାରରେ ପହଞ୍ଚିଛି।

ଫ୍ରାନ୍ସରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ହୋଇଥିବାବେଳେ ୮ ହଜାର ୯୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

You might also like