ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର୍‌

ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ସ୍ଥିତି। ଲକ୍ଷେ ଟପିଲା ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାର ୭୩୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୭ ହଜାର ୮୪୮ରେ ପହଞ୍ଚିଛି।

ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୧୦୮ ଜଣଙ୍କ ଜୀବନ ଯାଇଛି। ବିଶ୍ୱରେ ଆମେରିକାରେ ସର୍ବାଧିକ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି।

ସେହିପରି ସ୍ପେନରେ ଗୋଟିଏ ଦିନରେ ୬ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଠାରେ ମୃତ୍ୟୁ ସଂଖ୍ୟା ୧୬ ହଜାର ପାର କରିଛି।

ଇଟାଲୀରେ ସର୍ବାଧିକ ୧୮ ହଜାରରୁ ୮୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଯାହା କୌଣସି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ସର୍ବାଧିକ  ତା ତଳକୁ ଅଛି।

 

ଆମେରିକାରେ ୧୮ ହଜାର ୭୨୫ ଜଣଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ବି ୧୩ ହଜାର ୧୯୭ଟି ମୁଣ୍ଡ ନେଲାଣି କରୋନା।

You might also like