ବିଶ୍ୱବ୍ୟାପୀ କୋଭିଡ୍-୧୯ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଲା: ଆମେରିକା ସମେତ ବିଭିନ୍ନ ଦେଶର ସ୍ଥିତି ଏମିତି

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୩ ହଜାର ଟପିଛିା ମୋଟ ସଂକ୍ରମଣ ସଂଖ୍ୟା ସାଢ଼େ ୧୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶ୍ୱର ୨୦୯ ଦେଶ ଏବେ ଏହି ମହାମାରୀ କବଳରେ।

ତେବେ ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେଉଛି। ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ନ୍ୟୁୟର୍କରେ ସାଢ଼େ ୫ ହଜାର ଜଣଙ୍କ ଜୀବନ ଯାଇଛି।

ସେହିପରି ସ୍ପେନ୍‌ରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠି ୫୧୦ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ହଜାର ୫୦୦ରୁ ଅଧିକ ରହିଛି। ଦେଢ଼ ଲକ୍ଷ ଆକ୍ରାନ୍ତଙ୍କ ହୋଇଛନ୍ତି।

ଇଟାଲିରେ ବି ମୃତ୍ୟୁ ସଂଖ୍ୟା ୧୭ ହଜାର ପାର କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାରରେ ଅତିକ୍ରମ କରିସାରିଛି।

ଫ୍ରାନ୍ସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୧୦ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା। ବ୍ରିଟେନରେ ଗୋଟିଏ ଦିନରେ ସର୍ବାଧିକ ୭୮୬ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୬ ହଜାର ପାର କରିଛି।

ସେହିଭଳି କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଲଗାତାର ଦ୍ୱିତୀୟ ଦିନ ଧରି ICUରେ ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବୋରିସଙ୍କ ମୁଖପାତ୍ର କହିଛନ୍ତି।

ତେବେ ତାଙ୍କ ପାଇଁ ମେକାନିକାଲ ଭେଣ୍ଟିଲେଟରର ଆବଶ୍ୟକ ପଡ଼ିନାହିଁ। ଏବଂ ସେ ଷ୍ଟାଣ୍ଡାର୍ଡ ଅକ୍ସିଜେନ ଟ୍ରିଟମେଣ୍ଟରେ ଥିବା ବୋରିସଙ୍କ ମୁଖପାତ୍ର କହିଛନ୍ତି।

You might also like