ଆମେରିକା ସ୍ଥିତି ବେହାଲ୍; ୨୪ ଘଣ୍ଟାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏକୋଇଶ ଶହ ଆଠ ଜଣଙ୍କ ଜୀବନ ଯାଇଛି। ଯାହା ସର୍ବକାଳୀନ ରେକର୍ଡ। କରୋନା ଆକ୍ରାନ୍ତ ତାଲିକାରେ ଶୀର୍ଷରେ ରହିଥିବା ଆମେରିକାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୮ ହଜାର ୭୪୭ ରହିଛି।

ଗତକାଲି ୧୮ଶହ ୭୮ ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରବାର ୧୯ଶହ ୩୬ ଏବଂ  ବୁଧବାର ୧୮୭୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ଏନେଇ ହ୍ୱାଇଟ ହାଉସ ପକ୍ଷରୁ ଏକ ନୂଆ ଟାସ୍କ ଫୋର୍ସ ଗଠନ କରାଯାଇଛି।

ସେହିଭଳି  ସାରି ବିଶ୍ୱରେ ଲଗାମ ଛଡ଼ା ହୋଇଛି କରୋନା ସ୍ଥିତି। ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଯାଇଛି। ବର୍ତ୍ତମାନ ସୁଦ୍ଧା ସୂଚନା ଅନୁସାରେ ୧ ଲକ୍ଷ ୨ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସାରିଛି।

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୯ ହଜାର ୫୬୫ରେ ପହଞ୍ଚିଛି। ଆମେରିକା ଭଳି ସ୍ପେନରେ ଗୋଟିଏ ଦିନରେ ୬ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେଠାରେ ମୃତ୍ୟୁ ସଂଖ୍ୟା ୧୬ ହଜାର ପାର କରିଛି। ଇଟାଲୀରେ ସର୍ବାଧିକ ୧୮ ହଜାର ୮୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଯାହା କୌଣସି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁରେ ସର୍ବାଧିକ। ଫ୍ରାନ୍ସରେ ବି ୧୩ ହଜାର  ୧୯୭ଟି ମୁଣ୍ଡ ନେଲାଣି କରୋନା।

ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା-

ଆମେରିକା- ୧୮,୭୪୭, ସ୍ପେନ୍- ୧୬,୦୮୧, ଇଟାଲୀ- ୧୮,୮୪୯, ଫ୍ରାନ୍ସ- ୧୩୧୯୭, ଜର୍ମାନୀ- ୨୭୩୬, ଚାଇନା-୩୩୩୯, ବ୍ରିଟେନ୍- ୮,୯୫୮, ଇରାନୀ-୪,୨୩୨, ତୁର୍କୀ-୧୦୦୬, ବେଲ୍‌ଜିୟମ୍-୩,୦୧୯, କାନାଡ଼ା- ୫୬୯, ବ୍ରାଜିଲ୍‌-୧୦୭୪, ଋଷିଆ-୯୪, ସାଉଥ କୋରିଆ-୨୦୧୭, ଇସ୍ରାଏଲ୍‌- ୯୫, ଅଷ୍ଟ୍ରେଲିଆ-୫୪, ଜାପାନ-୯୯, ପାକିସ୍ତାନ-୬୬, ସାଉଦି ଆରବ – ୪୭, ଇଣ୍ଡୋନେସିଆ- ୩୦୬, ୟୁନାଇଟେଡ୍ ଆରବ ଏମିରେଟ୍- ୧୬, ସିଙ୍ଗାପୁର-୭, ସାଉଥ୍‌ ଆଫ୍ରିକା-୨୪, ନ୍ୟୁଜିଲ୍ୟାଣ୍ଡ-୪, ଇରାକ-୭୦, ହଂକଂ-୪, ବାଂଲାଦେଶ-୨୭, ତାଇୱାନ୍-୬, ଶ୍ରୀଲଙ୍କା-୭, ସିରିଆ-୨

ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି: ମହାରାଷ୍ଟ୍ରରେ ଗମ୍ଭୀର ସ୍ଥିତି

 

You might also like