ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି: ମହାରାଷ୍ଟ୍ରରେ ଗମ୍ଭୀର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ମୃତ୍ୟୁସଂଖ୍ୟା ୨୩୯କୁ ବୃଦ୍ଧି ହୋଇଛି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ହଜାର ୪୪୭ ଥିବା ବେଳେ ୬ହଜାର ୫୬୫ ଚିକିତ୍ସାଧୀନ ଏବଂ ୬୪୩ ଡିସ୍‌ଚାର୍ଜ ହୋଇଛନ୍ତି।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ରରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି।

ସେହିଭଳି ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶରେ ୩୩, ଗୁଜରାଟରେ ୧୯, ଦିଲ୍ଲୀରେ ୧୩, ପଞ୍ଜାବରେ ୧୧, ତାମିଲନାଡୁରେ ୮, ତେଲେଙ୍ଗାନାରେ ୭ ଜଣ କରୋନା ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଦେଶରେ କୋଭିଡ୍-୧୯ ଟେଷ୍ଟିଂ  କ୍ଷମତା ବୃଦ୍ଧି କରାଯାଇଛି। ଗୋଟିଏ ଦିନରେ ୧୬ ହଜାର ୨ ଜଣଙ୍କ କରୋନା ଟେଷ୍ଟ ହୋଇଛି, ଯେଉଁଥିରୁ ମାତ୍ର ୦.୨ % ନମୂନା ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ଯୁଗ୍ମ ସଚିବ କହିଛନ୍ତି। ଆବଶ୍ୟକତା ଦୃଷ୍ଟିରୁ ଆହୁରି ୪୯ ହଜାର ଭେଣ୍ଟିଲେଟର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।

ସେହିଭଳି ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୨ ହଜାର ୭୩୪ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୯୯, ୬୩୧ରେ ହୋଇଛି।

ବିଭିନ୍ନ ଦେଶରେ ମୃତ୍ୟୁ ସଂଖ୍ୟା-

ଆମେରିକା- ୧୮,୭୪୭, ସ୍ପେନ୍- ୧୬,୦୮୧, ଇଟାଲୀ- ୧୮,୮୪୯, ଫ୍ରାନ୍ସ- ୧୩୧୯୭, ଜର୍ମାନୀ- ୨୭୩୬, ଚାଇନା-୩୩୩୯, ବ୍ରିଟେନ୍- ୮,୯୫୮, ଇରାନୀ-୪,୨୩୨, ତୁର୍କୀ-୧୦୦୬, ବେଲ୍‌ଜିୟମ୍-୩,୦୧୯, କାନାଡ଼ା- ୫୬୯, ବ୍ରାଜିଲ୍‌-୧୦୭୪, ଋଷିଆ-୯୪, ସାଉଥ କୋରିଆ-୨୦୧୭, ଇସ୍ରାଏଲ୍‌- ୯୫, ଅଷ୍ଟ୍ରେଲିଆ-୫୪, ଜାପାନ-୯୯, ପାକିସ୍ତାନ-୬୬, ସାଉଦି ଆରବ – ୪୭, ଇଣ୍ଡୋନେସିଆ- ୩୦୬, ୟୁନାଇଟେଡ୍ ଆରବ ଏମିରେଟ୍- ୧୬, ସିଙ୍ଗାପୁର-୭, ସାଉଥ୍‌ ଆଫ୍ରିକା-୨୪, ନ୍ୟୁଜିଲ୍ୟାଣ୍ଡ-୪, ଇରାକ-୭୦, ହଂକଂ-୪, ବାଂଲାଦେଶ-୨୭, ତାଇୱାନ୍-୬, ଶ୍ରୀଲଙ୍କା-୭, ସିରିଆ-୨,  

You might also like