ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଟିକା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍‌ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ।

ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ  ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆ-DCGI ଓ ଅନ୍ୟ ସଂସ୍ଥାର ଅନୁମତି ପରେ ଲୋକଙ୍କ ପାଖରେ ପହଞ୍ଚାଯିବ।

ଟୀକାକୁ ଲାଇସେନ୍ସ ମିଳିବା ପରେ ସେରମ ପ୍ରତିବର୍ଷ ୭୦ରୁ ୮୦ କୋଟି ଡୋଜ୍ ପ୍ରସ୍ତୁତ କରିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। କୋଭିସିଲ୍ଡକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ କରାଯାଇଛି। କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସରିଛି।

ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଶେଷରେ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚିଥିବା ମାନିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ। ତେବେ ଦେଶର କେତେକ ରାଜ୍ୟର କିଛି ମାତ୍ର ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସେ କହିଛନ୍ତି।

ପଶ୍ଚିମବଂଗରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ପ୍ରତିକ୍ରିୟା ରଖିଛନ୍ତି।  ଭିଡିଓ କନଫରେନ୍ସିଂ ଜରିଆରେ ଜନତାଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ବିଶେଷ ଭାବେ ଜନଗହଳି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଅଧିକ ହେବା ସମ୍ଭାବନା ରହିଛି।  ତେବେ ସାରା ଦେଶରେ ଏହା ଦେଖା ଯାଇନାହିଁ ଆଗକୁ ଦୁର୍ଗାପୂଜା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସେ କହିଛନ୍ତି। କରୋନାରେ ଜୀବନ ହାରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଚଳିତ ଥରର ଦଶହରା ଉତ୍ସବକୁ ସେ ନିରାଡ଼ମ୍ବର ଭାବେ ପାଳନ କରିବେ ବୋଲି କହିଛନ୍ତି।

ସେପଟେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୩୩ ମୃତ୍ୟୁ ସହ ଦେଶରେ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଛି। ସେହିପରି ଦିନକରେ ନୂଆ ୬୧ ହଜାର ୮୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୯୪ ହଜାର ୫୫୨କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

‘ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ମିଳିବା ଦରକାର’

ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କଲା ଅଷ୍ଟ୍ରେଜେନିକା

ଦିନକରେ କରୋନା ନେଲା ଆଉ ୬୫୦ ଜୀବନ

କରୋନାରେ ଆଖି ବୁଜିଲେ ଆଉ ୧୫ ଜଣ

ଓଡ଼ିଶାରେ ଦିନକରେ ୧,୬୯୫ କରୋନା ପଜିଟିଭ୍‌ ଚିହ୍ନଟ, କମୁଛି କ୍ୱାରେଣ୍ଟିନ୍ ଓ ଲୋକାଲ୍ କେସ୍‌

ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ଅନୁକମ୍ପା ରାଶି ଘୋଷଣା

ଦେଶରେ ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ

You might also like