ଦିଲ୍ଲୀରେ କମିଲା କରୋନା ଆକ୍ରାନ୍ତଙ୍କ ହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ଆଖିରୁ ନିଦ ହଜାଇ ଦେଇଥିବାବେଳେ ମିଳିଛି ଏକ ଆଶ୍ୱସ୍ତିର ଖବର।  ଦିଲ୍ଲୀରେ ନୂଆ କରୋନା ଜୀବାଣୁ ସଂକ୍ରମଣ କ୍ଷେତ୍ରରେ ଏକ ବଡ଼ ହ୍ରାସ ଘଟିଛି। ନୂତନ ମାମଲା ସଂଖ୍ୟା ବର୍ତ୍ତମାନ ପ୍ରାୟ ଦୁଇ ହଜାର ଥିବାବେଳେ ଜୁନ୍ ୨୩ ରେ ଏହା ପ୍ରାୟ ୪ ହଜାର (୩୯୪୭ ) ଥିଲା। ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୦୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଅନ୍ୟପକ୍ଷରେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଦିଲ୍ଲୀରେ ‘ଘର ଘର ସ୍କ୍ରିନିଂ’ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। ଗୃହ ମନ୍ତ୍ରଣାଳୟର ସମୀକ୍ଷା ପରେ ଏହା ଜଣାପଡିଛି ଯେ ପ୍ରଥମ କଣ୍ଟେନ୍‌ମେଣ୍ଟ  ଜୋନ୍‌ରେ ଥିବା ସମସ୍ତ ଘରର ସ୍କ୍ରିନିଂ ଏବଂ ସେରୋ ସର୍ଭେକୁ ପ୍ରାଥମିକତା ଦିଆଯିବା ଉଚିତ୍।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୮୫,୧୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଗତ ୨୪ ଘଣ୍ଟା ମଧ୍ୟରେ ୩୬୨୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୫୬, ୨୩୫ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ୫୭ ରୋଗୀଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୨୬୮୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ  ୧୬, ୧୫୭ ନମୂନା ପରୀକ୍ଷା ହୋଇଥିଲା।

ବର୍ତ୍ତମାନ ଦିଲ୍ଲୀରେ  ୨୬, ୨୪୬  ସକ୍ରିୟ ମାମଲା ରହିଛି।  ତେବେ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀରେ ‘ହାଉସ୍ ଟୁ ସ୍କ୍ରିନିଂ’ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। ଗୃହ ମନ୍ତ୍ରଣାଳୟର ସମୀକ୍ଷା ପରେ ଏହା ଜଣାପଡିଛି ଯେ ପ୍ରଥମ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଥିବା ସମସ୍ତ ଘରର ସ୍କ୍ରିନିଂ ଏବଂ ସେରୋ ସର୍ଭେକୁ ପ୍ରାଥମିକତା ଦିଆଯିବା ଉଚିତ୍। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ କେବଳ ଦିଲ୍ଲୀ ସରକାର ଦିଲ୍ଲୀର ୩୫  ଲକ୍ଷ ଘରର ସ୍କ୍ରିନିଂ 6 ଜୁଲାଇ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଆଜି ୧୬ ହଜାର ୮୯୩କୁ ବୃଦ୍ଧି ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୬ ହଜାର ୮୪୦ ହୋଇଛି। ସୁସ୍ଥ ହୋଇ ୩ ଲକ୍ଷ ୩୪ ହଜାର ୮୨୧ ଜଣ ଘରକୁ ଫେରିଥିବାବେଳେ ଏବେ ୨ ଲକ୍ଷ ୧୫ ହଜାର ୧୨୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୬୯ ହଜାର ୮୮୩ ଆକ୍ରାନ୍ତ ହୋଇଛନ୍ତି ରାଜ୍ୟରେ ଏଯାଏ କରୋନାରେ ୭୬୧୦ ଜଣଙ୍କର ମୃତ୍ୟୁ ଘଟିଲାଣି।  କରୋନା ଯୋଗୁଁ ଦିଲ୍ଲୀରେ ୨୬୮୦, ଗୁଜରାଟରେ ୧୮୨୭, ତାମିଲନାଡୁରେ ୧୧୪୧ ଜଣଙ୍କ ପ୍ରାଣହାନୀ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିିଆଯାଇଛି।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

You might also like