କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଆଗ୍ରା: କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ମୃତ ସାମ୍ବାଦିକ ଜଣକ ଆଗ୍ରାର ବୋଲି ଜଣାପଡ଼ିଛି। ଟେଷ୍ଟ ରିପୋର୍ଟ ପିଜିଟିଭ ଆସିବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁଧବାରଠାରୁ ଆଇସୋଲେସନ ୱାର୍ଡରେ  ରଖାଯାଇଥିଲା।

ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି।

ସୂଚନାଥାଉ କି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ ଥିବାବେଳେ ୧୭୮୩ ଜଣଙ୍କର ମୃତ୍ୟୁ ଘଟିଛି। ୧୫,୨୬୭ ସୁସ୍ଥ ହୋଇଛନ୍ତି।

You might also like