କରୋନା ମୁକାବିଲା ପାଇଁ ଆମେରିକା ପ୍ରଥମେ ମାଗିଲା ସହାୟତା, ପରେ ଧମକ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ  ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟାମଲ ଭଳି ଔଷଧ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ସାମୟିକ ଭାବେ ହଟାଇ ଦେଇଛନ୍ତି। କରୋନା ବିରୋଧରେ ହାଇଡ୍ରୋକ୍ଲୋରକୁଇନ ଉପଯୁକ୍ତ ଆଣ୍ଟି ବାଓଟିକ ହୋଇଥିବାରୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏହା ମାଗିଥିଲେ।

ସୋମବାର ଭାରତ ସରକାର ସମସ୍ତ ପ୍ରକାରର ମେଡିସିନ୍ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଉଠାଇ ଦେଇଛନ୍ତି। ହେଲେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲକୁ କଟକଣା ତାଲିକାଭୁକ୍ତ କରିଛନ୍ତି।

ଅନ୍ୟପକ୍ଷେ ଟ୍ରମ୍ପ ସୋମବାର କହିଛନ୍ତି, କରୋନା ଭାଇରସ ନେଇ ସେ ମୋଦିଙ୍କ ସହ ଆଲୋଚନା କରିଛନ୍ତି। ସେ ହାଇଡ୍ରୋକ୍ସି କ୍ଲୋରକୁଇନ ପଠାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। କରୋନା ମୁକାବିଲା ପାଇଁ ମିଳିମିଶି ଲଢିବା ପାଇଁ ସେ ସହମତି ପ୍ରକାଶ କରିଛନ୍ତି। ଯଦି ଭାରତ ଏହି ଔଷଧ ନ ଦିଏ ତେବେ ଆମଠାରୁ ମଧ୍ୟ ସେହିପରି ପ୍ରତିକ୍ରିୟା ଆଶା କରିଥାନ୍ତୁ।’

ଅନ୍ୟପକ୍ଷେ ଭାରତ ଏହାର ଜବାବ ଦେଇ ଆମେରିକାକୁ କହିଛି ଯେ, ଆମେ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଜରୁରୀ ଔଷଧ ପଠାଇବୁ। ସେହିପରି କରୋନା ଯୋଗୁ ଯେଉଁ ଦେଶଗୁଡ଼ିକ ଅଧିକ ପରିମାଣର ପ୍ରଭାବିତ ହେଉଛନ୍ତି ସେମାନଙ୍କୁ ମଧ୍ୟ ଆମେ ସହଯୋଗର ହାତ ବଢ଼ାଇବୁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ଆମେ ନିଶ୍ଚିତ ଭାବେ ବିଭିନ୍ନ ପ୍ରକାରର ଜରୁରୀ ଔଷଧ ରପ୍ତାନୀ କରିବୁ। ଏବେ ଆମର ଲକ୍ଷ୍ୟ କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ କେମିତି ଔଷଧ ପାଇବେ। ଆମେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଜରୁରୀ ଔଷଧ ପାଇଁ ଲାଇସେନ୍ସ ଦେବୁ।

ଭାରତ ଉପରେ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ପାଇଁ ଅନେକ ଦେଶ ନିର୍ଭର କରନ୍ତି। ଯେଉଁମାନେ ଆମ ଉପରେ ନିର୍ଭର କରଛନ୍ତି, ଆମେ ତାଙ୍କୁ କେବେ ହେଲେ ନିରାଶ କରିବୁ ନାହିଁ। ତେବେ ଏହାର ରପ୍ତାନୀ କେତେ ହେବେ ଓ ଭାରତରେ ଏହା ପର୍ଯ୍ୟାପ୍ତ ପରିମାଣର ରହିଛି କି, ତା’ର ତର୍ଜମା ବୈଦେଶିକ ମନ୍ତ୍ରଣାଳୟ କରିବ। ବୈଦେଶିକ ମନ୍ତ୍ରଣାଳୟ ଓ ଫାର୍ମାସିଟିକାଲ ବିଭାଗ ଭାରତ ପାଇଁ ଆବଶ୍ୟକ ହାଇଡ୍ରୋକ୍ଲୋରକୁଇନ ଓ ପାରାସିଟମଲ ରଖିବା ପରେ ଏହାର ରପ୍ତାନୀ ପାଇଁ ଅନୁମତି ଦେବ। ସୂଚନାଥାଉ କି, ହାଇଡ୍ରୋକ୍ଲୋରକୁଇନ ଉତ୍ପାଦନ ଓ ରପ୍ତାନୀ କରିବାରେ ଭାରତ ବିଶ୍ୱର ୧ନଂ ଦେଶ। ଏହି କାରଣରୁ ଆମେରିକା ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ, ଇସ୍ରାଏଲ, ବାହାରିନ, ସ୍ପେନ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ମଧ୍ୟ ଭାରତକୁ ଔଷଧ ରପ୍ତାନୀ ଉପରେ ଲଗାଇଥିବା କଟକଣାକୁ ହଟାଇବା ପାଇଁ ନିବେଦନ କରିଥିଲେ। ବିଶେଷ କରି କ୍ଲୋରକୁଇନ ରପ୍ତାନୀକୁ ଆରମ୍ଭ କରିବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ ମଧ୍ୟ କରିଥିଲେ।

You might also like