ରେଡ୍ କାଟାଗୋରିରେ ରହିବେ କରୋନା ଲକ୍ଷଣ ଥିବା ଯବାନ

ନୂଆଦିଲ୍ଲୀ: କରୋନାରୁ ବର୍ତ୍ତିବାକୁ ଭାରତୀୟ ସ୍ଥଳସେନାର ନୂଆ ଷ୍ଟ୍ରାଟେଜି। ମହାମାରୀ କରୋନାରେ ସ୍ଥଳସେନାର କେତେକ ଯବାନ ସଂକ୍ରମିତ ହେବା ପରେ ଅନ୍ୟମାନଙ୍କୁ ଏହାର ପ୍ରଭାବରୁ ସୁରକ୍ଷା ଦେବାକୁ ସେନାର ସମସ୍ତ କର୍ମଚାରୀଙ୍କୁ ବର୍ଗିକରଣ କରାଯାଇଛି। ଯବାନମାନେ ଗ୍ରୀନ୍, ୟେଲୋ ଓ ରେଡ୍ ଭଳି ୩ଟି ବିଭାଗରେ ରହିବେ।

୧୪ ଦିନିଆ କ୍ୱାରେଣ୍ଟାଇନ୍ ପିରିୟଡ ସାରିଥିବା ଯବାନଙ୍କୁ ଗ୍ରୀନ୍, ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ଥିଲେ ୟେଲୋ ଓ କରୋନା ଲକ୍ଷଣ ଥିବା କିମ୍ବା ଚିକିତ୍ସା ଦରକାର କରୁଥିବା ଯବାନଙ୍କୁ ରେଡ୍ କାଟାଗୋରି ଅନ୍ତର୍ଭୁକ୍ତ କରାଯାଇଛି। ଛୁଟି ସାରିଥିବା ସମସ୍ତ ଯବାନଙ୍କୁ ପ୍ରାଥମିକତା ଭିତ୍ତିରେ ଡ୍ୟୁଟିରେ ପୁଣି ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ୟୁନିଟ୍ ଠାରୁ ୫୦୦ କିଲୋମିଟର ଭିତରେ ଥିରେ ଘରୋଇ ପରିବହନ ବ୍ୟବସ୍ଥାରେ କର୍ମଚାରୀ ଡ୍ୟୁଟିରେ ପୁନଃ ଯୋଗଦାନ ନେଇ ରିପୋର୍ଟ କରିବେ। ସେହିଭଳି ୫୦୦ କିଲୋମିଟରରୁ ଅଧିକ ଦୂରତାରେ ରହୁଥିବା କର୍ମଚାରୀ ନିକଟସ୍ଥ ୟୁନିଟ୍, ଷ୍ଟେସନ କିମ୍ବା ହ଼େଡକ୍ୱାର୍ଟରକୁ ରିପୋର୍ଟ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

You might also like