ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ସ୍ଥିତି: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା ଭାଇରସ। ଗତ ୩ ଦିନ ମଧ୍ୟରେ ଦ୍ୱିଗୁଣ ହାର ୧୧ ଦଶମିକ ୩ ଦିନରେ ରହିଛି। ଅର୍ଥାତ ୧୧ ଦଶମିକ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗଣ ହେଉଛି।

ଏହାସହ ସାରା ବିଶ୍ୱରେ ୭ ପ୍ରତିଶତ ମୃତ୍ୟୁ ହାର ଥିବା ବେଳେ ଭାରତରେ ଏହା ୩ ପ୍ରତିଶତ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ।

ଦେଶରେ କରୋନା ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ୮୬ ପ୍ରତିଶତ ଲୋକ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ଥିଲେ। ତେଣୁ ମୃତ୍ୟୁ ସଂଖ୍ୟା ବି ବିଶେଷ ଚିନ୍ତାଜନକ ନୁହେଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ୦.୩୩ ପ୍ରତିଶତ ଆକ୍ରାନ୍ତ ଭେଣ୍ଟିଲେଟର୍, ୧ ଦଶମିକ ୫ ପ୍ରତିଶତ ଅକ୍ସିଜେନ୍ ସପୋର୍ଟରେ ଥିବା ସହ ୨ ଦଶମିକ ୩୪ ପ୍ରତିଶତ ରୋଗୀ ହିଁ ଆଇସିୟୁରେ ଭର୍ତ୍ତି ହୋଇଥିଲେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ଦେଶରେ ଗତ ୨୪ ଘଣ୍ଟାରେ ୭୧ ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୧୩ ନୂଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଏବେ ଦେଶରେ ମୃତକଙ୍କ ସଂଖ୍ୟା ୧୦୦୮କୁ ବୃଦ୍ଧି ପାଇଛି। ସେହିପରି ୩୧,୭୮୭ରେ ପହଞ୍ଚିଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ ୨୨ ହଜାର ୯୮୨ ଆକ୍ରାନ୍ତଙ୍କ ଚିକିତ୍ସା ଚାଲୁଥିବା ବେଳେ ୭ ହଜାର ୭୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୨୦୧୦ ଆକ୍ରାନ୍ତ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

You might also like