କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବଜାରକୁ ଆସିଲା ଡ୍ରେସ୍‌

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଛି। ଏନେଇ ଲୋକମାନେ ଘରେ ରହୁଛନ୍ତି। ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି ଯେ, ଲକ୍‌ଡାଉନ୍‌ ସରିଯିବା ପରେ ବାହାରକୁ ଯେତେବେଳେ ବାହାରିବେ କ’ଣ ସବୁ କରିବେ?

ଏହା ମଧ୍ୟ ଆମେ ସମସ୍ତେ ଜାଣିଛି ଯେ ଏହି ଲକ୍‌ଡାଉନ୍‌ ସରିଯିବା ପରେ, ପୂର୍ବଭଳି ପରିସ୍ଥିତି ସ୍ୱାଭାବିକ ହେବ। କିନ୍ତୁ ଅଧିକାଂଶ ଲୋକଙ୍କ ମନରେ କରୋନା ଭାଇରସର ଡ଼ର ଏତେ ସହଜରେ ଯିବ ନାହିଁ। ଯଦି ଏଭଳି ପରିସ୍ଥିତିରେ ଲୋକମାନଙ୍କ ପାଖରେ ଏମିତି ଏକ ପୋଷାକ ପହଞ୍ଚିବ ,ଯେ ସେହି ପୋଷାକକୁ ପିନ୍ଧିଲେ ସଂକ୍ରମଣର ଭୟ ନଥିବ ,ତେବେ ଏହା କିପରି ହେବ।

GRADO କମ୍ପାନୀ, ନିଓ ଟେକ୍ ଟେକ୍ନୋଲୋଜିର ସାହାଯ୍ୟରେ କପଡା ଡିଜାଇନ୍ କରିଛି ଯାହା ଶରୀରକୁ ଭାଇରସ ଏବଂ ମାଇକ୍ରୋବରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଏଭଳି କପଡା ତିଆରି କରିବାରେ ଏହା ପ୍ରଥମ ଟେକ୍ସଟାଇଲ୍ କମ୍ପାନୀ। ଡୋନିର୍ ଗ୍ରୁପ୍ କମ୍ପାନୀଗୁଡିକ ଦ୍ୱାରା ବିକଶିତ ଏବଂ ଗ୍ରାଡୋର ଉତ୍ପାଦନ ୟୁନିଟ୍ ଦ୍ୱାରା ନିର୍ମିତ ଏହି ଫ୍ୟାବ୍ରିକ୍ ସୁଟ୍, ଜ୍ୟାକେଟ୍, ପ୍ୟାଣ୍ଟ କିମ୍ବା ଅନ୍ୟ କୌଣସି ପୋଷାକ ତିଆରି କରିବା ପାଇଁ ବ୍ୟବହାର କରାଯିବ। ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ଭାଇରସଠୁ ସୁରକ୍ଷିତ ରହିପାରିବା।

ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ଆଣ୍ଟିଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ କପଡା ମାଇକ୍ରୋଅର୍ଗାନ୍ସର ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିବା ସହ ପୋଷାକକୁ ନିରାପଦ ଏବଂ ପରିଷ୍କାର ରିହିଥାଏ। ଫଳରେ ଏହି କପଡାକୁ ଆପଣ ୫୦ବର୍ଷ ପର୍ଯ୍ୟନ୍ତ ମଧ୍ୟ ରଖିପାରିବେ। ଏହାକୁ ଆପଣ ପ୍ରତ୍ୟେକ ଦିନ ପିନ୍ଧିପାରିବେ। ଏହାର ଡିଜାଇନ୍‌ ବଜାରରେ ମିଳୁଥିବା ଡିଜାଇନଠୁ ବି ଅଧିକ ସୁନ୍ଦର।

ଗ୍ରାଡୋର ମେଣ୍ଟର ରାଜେନ୍ଦ୍ର ଅଗ୍ରୱାଲ ଏହି କପଡା ବିଷୟରେ କହିଛନ୍ତି ଯେ, ବର୍ତ୍ତମାନର ବିଶ୍ୱର ସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକଡାଉନ୍ ସରିବା ପରେ , ଗ୍ରାହକମାନଙ୍କ ପାଇଁ ଅଧିକ ପରିଷ୍କାର ଏବଂ ସୁରକ୍ଷିତ ପୋଷାକ ତିଆରି କରିଛୁ। ଯାହାକୁ ପିନ୍ଧିଲେ କୌଣସି ଭାଇରସରେ ସଂକ୍ରମଣ ହେବାର ଭୟ ନଥିବ। ଏଭଳି କପଡା ତିଆରି କରି ଆମେ ବହୁତ ଖୁସି ଏବଂ ଗର୍ବିତ ମଧ୍ୟ। କାରଣ ଏହି ବିପଦ ସମୟରେ ଆମେ ଦେଶକୁ କିଛି ମାତ୍ରାରେ ସହଯୋଗ କରିପାରୁଛୁ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like