ଆନ୍ଧ୍ରପ୍ରଦେଶରେ ୧୨ଘଣ୍ଟାରେ ୪୩ଟି ନୂଆ ମାମଲା
ଆନ୍ଧ୍ରପ୍ରଦେଶ: ମହାମାରୀ କରୋନା ସାରା ବିଶ୍ୱ ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛି। ଦେଶରେ କରୋନା ଭାଇରସର ମାମଲା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶରେ ୧୨ ଘଣ୍ଟାରେ ୪୩ଟି ନୂଆ କରୋନା ପଜିଟିଭ ମାମଲା ସମ୍ନାକୁ ଆସିଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ାଉଛି। ଆନ୍ଧ୍ରପ୍ରଦେଶରେ ବର୍ତ୍ତାମାନ ସୁଦ୍ଧା ୮୭ ଜଣ କରୋନା ପଜିଟିଭି ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ହେଉଛନ୍ତି କଡ଼ପ୍ପା ଜିଲ୍ଳାର।
ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ୩୭୩ ଟି କରୋନା ଭାଇରସର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେଥିମଧ୍ୟରୁ ୪୩ଟି କରୋନା ପଜିଟିଭି ବୋଲି ଜଣାପଡ଼ିଛି। ଏହାପୂର୍ବରୁ ରାଜ୍ୟରେ ପ୍ରକାସମରେ ୧୧ ଟି, ବିଶାଖାପଟନମରେ ୧୦ ଜଣ ଏବଂ ଗୁଣ୍ଟୁରରେ ୯ଟି କରୋନା ପଜିଟିଭ ମାମଲା ଜଣାପଡିଥିଲା। ସେମାନଙ୍କ ମଧ୍ୟରୁ କେବଳ ଜଣେ ଭଲ ହୋଇ ଡ଼ିସଚାର୍ଜ ହୋଇଛନ୍ତି।