ଆମେରିକାରେ ଚବିଶ ଘଣ୍ଟାରେ କରୋନା ନେଲା ୨୩୩୩ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବକୁ ଦେଖି ସାରା ବିଶ୍ୱ ଭୟଭୀତ। ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି। ନିଜକୁ ଶକ୍ତିଶାଳୀ ବୋଲି କହୁଥିବା ଆମେରିକା ବି ହାର ମାନିଛି କରୋନା ପାଖରେ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କିଛି ପ୍ରତିକାର କରାଯାଇ ପାରୁନାହିଁ। ଗତ କିଛି ଦିନ ଧରି ୟୁରୋପୀୟ ଦେଶରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଥିଲାବେଳେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢିଥିବା ଜାଣିବାକୁ ମିଳିଛି।

ମଙ୍ଗଳବାର ଆମେରିକାରେ ମୃତ୍ୟୁ ସଂଖ୍ୟା ୨୩୩୩ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ମଝିରେ କିଛି ଦିନ ଆମେରିକାରେ ମୃତ୍ୟୁ ସଂଖ୍ୟା ୨୦୦୦ରୁ କମ୍‌ ରହୁଥିଲା ମାତ୍ର ଏବେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦ ହଜାର ଟପିଲାଣି। ଜାନ ହାପିକିନ୍ସ ୟୁନିଭର୍ସିଟିରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଆମେରିକାରେ ୭୧ ହଜାର ୨୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି। ଦେଶରେ ୧୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ୧ ଲକ୍ଷ ୯୦ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ ୭୫ ଲକ୍ଷରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ କରାଯାଇଛି।

ସୂଚନାଥାଉ କି ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପୃଥିବୀର ଅନ୍ୟ ଦେଶ ତୁଳନାରେ ସର୍ବାଧିକ। ଏକ ଏଜେନ୍ସିର କହିବା ଅନୁସାରେ ଆମେରିକାରେ ଜୁନ୍‌ ମାସରେ ହିଁ କରୋନା ଭାଇରସ ପ୍ରକୋପ ଅଧିକ ଦେଖିବାକୁ ମିଳିଛି। ହେଲେ ଏପରି  ପରିସ୍ଥିତିରେ ଆମେରିକା କଷ୍ଟକର ସମୟ ପାର କରି ସାରିଲେଣି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like