• ଆଜି ଦେଶରେ ୫୪ ହଜାର ୬୯ ପଜିଟିଭ ଚିହ୍ନଟ
  • ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି
  • ସେପଟେ ଦେଶରେ ଆଜି ୧୩୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି
  • ଦେଶରେ ଆକ୍ଟିଭ୍ କେସ- ୬,୨୭,୦୫୭; ସୁସ୍ଥ- ୨,୯୦,୬୩,୭୪୦

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ହେଁ ଆତଙ୍କ ସୃଷ୍ଟି କରୁଛି ଡେଲଟା ଭାରିଏଣ୍ଟ୍ ।  ଆଜି ଦେଶରେ ୫୪ ହଜାର ୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶେର ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆଜି ୧୩୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୭ ହଜାର ୦୫୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଲଲେଣି ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ଜଣ ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ସଂକ୍ରମଣ ୬ ରାଜ୍ୟରୁ ଆସିଥିବା ଜଣାପଡ଼ିଛି । କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରେଦଶ,କର୍ଣାଟକ ଓ ପଶ୍ଚିମବଙ୍ଗରେ ଏହି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦,୪୨୧ ନୂତନ ସଂକ୍ରମତ ଚିହ୍ନଟ ହୋଇଛନ୍ତି , ଯାହା ଦଶରେ ଚିହ୍ନଟ ହୋଇଥିବା ସଂକ୍ରମିତ ସଂଖ୍ୟାର ୮୦ ପ୍ରତିଶତ । ବୁଧବାର ଦିନ କେରଳରେ ୧୨,୭୮୭, ମହରାଷ୍ଟ୍ରରେ ୧୦,୦୬୬, ତାମିଲନାଡୁରେ ୬୫୯୬, ଆନ୍ଧ୍ରପ୍ରେଦଶରେ ୪.୬୮୪ ଓ ପଶ୍ଚିମବଙ୍ଗରେ ୧୮୫୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଭାରତର ୫ ରାଜ୍ୟରେ କରୋନାର ସର୍ବାଧିକ କେସ୍

ଭାରତର ୫ ରାଜ୍ୟରେ ଏବେ ସୁଦ୍ଧା ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୯୯୭,୫୮୭, କେରଳରେ ୫,୯୯୭,୫୮୭, ୨,୮୪୨,୨୪୭, କର୍ଣ୍ଣାଟକରେ ୨,୮୧୯,୪୬୫, ତାମିଲନାଡୁରେ ୨,୪୪୩,୪୧୫ ଏବଂ ଆନ୍ଧ୍ରପ୍ରଦେଶରେ ୧,୮୬୨,୦୩୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେପଟେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଓ ତାମିଲନାଡ଼ୁ ମୁଖ୍ୟତଃ ୪ଟି ରାଜ୍ୟରେ କାୟା ମେଲାଉଛି କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ୍ । ଏବେସୁଦ୍ଧା ଦେଶରେ ୪୦ଟି ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି । ତେବେ ଆଗକୁ ସଂକ୍ରମଣ ଅଧିକ ବଢ଼ିବା ଆଶଙ୍କା କରି ମହାରାଷ୍ଟ୍ର, କେରଳ ଓ ମଧ୍ୟପ୍ରଦେଶକୁ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଡେଲ୍ଟା ପ୍ଲସ୍ ବ୍ୟାପିଥିବା ଜିଲ୍ଲାଗୁଡ଼ିକରେ କଣ୍ଟେନମେଣ୍ଟ କଟକଣା କଡ଼ାକଡ଼ି କରିବା, ଟେଷ୍ଟିଂ ଓ ଟ୍ରେସିଂ ତ୍ୱରାନ୍ୱିତ କରିବା, ପ୍ରାଥମିକତା ଭିତ୍ତିରେ ଟିକାକରଣ ଏବଂ ଜିନୋମ୍ ସର୍ଭେଲାନ୍ସ ପାଇଁ ପର୍ଯ୍ୟାପ୍ତ ସାମ୍ପଲ୍ ଉଦ୍ଦିଷ୍ଟ ଲ୍ୟାବ୍‌କୁ ପଠାଇବାକୁ କୁହାଯାଇଛି ।

Other Stories