୧୦ବର୍ଷର ବାଳକଙ୍କୁ ମୋଦି କହିଲେ, କରୋନା ଯୁଦ୍ଧରେ ତୁମର ଭୂମିକା ସର୍ବଦା ସ୍ମରଣୀୟ

ନୂଆଦିଲ୍ଲୀ: କରୋନା ଭାଇରସରୁ ରକ୍ଷା ପାଇବା ନିମନ୍ତେ ଘର ତିଆରି ମାସ୍କକୁ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍‌, ଲୋକଙ୍କୁ ଖୁବ୍‌ ପ୍ରଭାବିତ କରୁଛି। ପିଏମ ମୋଦିଙ୍କ ଅପିଲ୍‌କୁ ଏକ ୧୦ ବର୍ଷର ବାଳକ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ସେ ଘରେ ରହି ସିଲେଇ ମେସିନ୍‌ରେ ନିଜ ପାଇଁ ମାସ୍କ ତିଆରି କରିଥିଲେ।

ଏହି ବାଳକ ମାସ୍କ ତିଆରି କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହା  ପିଏମ୍‌ ମୋଦିଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ସେ ଏହାକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେୟାର କରିବା ସହିତ ବାଳକଙ୍କର ଏହି ପ୍ରୟାସକୁ ପ୍ରଶଂସା  କରି ଲେଖିଥିଲେ,  ‘କରୋନା ଭାଇରସ ବିରୋଧରେ ଏହି ଯୁଦ୍ଧରେ ତୁମର ଭୂମିକା ସର୍ବଦା ସ୍ମରଣୀୟ ହୋଇ ରହିବ’।

ସୂଚନା ଅନୁଯାୟୀ, ହେମନ୍ତ ଗୁପ୍ତା ନାମକ ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କ କିଛି ଫଟୋ ଟ୍ୱିଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ପିଏମ୍‌ ମୋଦି ଘରେ ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ମୋର ୧୦ବର୍ଷର ପୁତୁରା ଏହା ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ ଏବଂ ଘରେ ନିଜ ପାଇଁ ମାସ୍କ ତିଆରି କରିଥିଲେ। ପ୍ରଥମେ ସେ ସିଲେଇ ମେସିନ କିପରି ବ୍ୟବହାର କରିବେ ଶିଖିଲେ।”

You might also like