ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରିଛି। ଭାରତ ସମେତ ବିଶ୍ୱର ୨୦୦ଟି ରାଷ୍ଟ୍ର କରୋନା ପଞ୍ଝାରେ ପଡ଼ିଛନ୍ତି। ଆମେରିକା  ରୁଷ ଭଳି ଶକ୍ତିଶାଳି ରାଷ୍ଟ୍ର  ସହିତ ନରୱେ ଓ ରୋମାନିଆ  ସମସ୍ତେ ଏବେ କୋରନା ପଞ୍ଝାରେ ଅଣନିସ୍ୱାସୀ।

ଚାଇନାରେ ଏହି ଭାଇରସ ପ୍ରଥମେ ସୃଷ୍ଟି ହୋଇଥିଲେ ହେଁ ବର୍ତ୍ତମାନ ସେଠାରେ ସ୍ଥିତିରେ ସୁଧାର ଆସିଛି। ହେଲେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ କରୋନା ଦ୍ରୁତ ଗତିରେ ବ୍ୟାପୀ ଚାଲିଛି ଏହି ଭାଇରସ୍। ବର୍ତ୍ତମାନ ସୁଦ୍ଧା କରୋନାରେ ୮,୦୨, ୫୫୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩୯,୦୧୨ରେ ପହଞ୍ଚି ଯାଇଛି। ସେହିପରି ୧,୭୨, ୩୧୯ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୦ ହଜାର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ଆମେରିକାରେ ଏବେ ବିଶ୍ୱର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪, ୪୨୪ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ହଜାର ପାର କରିଯାଇଛି। ସ୍ଥିତି ଏପରି ହୋଇଛି ଯେ ଆମେରିକା ପ୍ରଶାସନ ଏପ୍ରିଲ ୩୦ ଯାଏ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି। ଏଠାରେ ୩,୧୭୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୫୦୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୧ ହଜାର ଡେଇଁଛି। ବର୍ତ୍ତମାନ ଇଟାଲୀରେ ୧୦୧୭୩୯ ଜଣ ଲୋକ କରୋନା ପଞ୍ଝାରେ ପଡ଼ିଥିବା ବେଳେ ୧୧, ୫୯୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ପେନରେ ଗତ ୨୪ ଘଣ୍ଟାରେ ୪୭୩ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୮,୧୮୯ ଛୁଇଁଛି। ଚାଇନାରେ ମାତ୍ର ୫ ଜଣଙ୍କ ମୃତ୍ୟୁ ଘଟିବାରୁ ମୃତ୍ୟୁସଂଖ୍ୟା ୩,୩୦୫ରେ ପହଞ୍ଚିଛି।

ଇରାନରେ ପୁଣି ୧୪୧ ଜଣଙ୍କ ମୃତ୍ୟୁ ଘଟିବାରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୮୯୮ ହୋଇଛି। ଫ୍ରାନ୍ସରେ ୩,୦୨୪, ବ୍ରିଟେନରେ ୧୪୦୮, ଜର୍ମାନୀରେ ୬୬୧, ସ୍ୱିଜରଲ୍ୟାଣ୍ଡରେ ୩୭୩, ବେଲଜିୟମରେ ୭୦୫, ନେଦରଲ୍ୟାଣ୍ଡ୍ସରେ ୧୦୩୯, ତୁର୍କୀ ୧୬୮, ଅଷ୍ଟ୍ରିଆରେ ୧୨୮, ଦକ୍ଷିଣ କୋରିଆରେ ୧୬୨, କାନାଡାରେ ୯୨, ପର୍ତ୍ତୁଗାଲରେ ୧୬୦, ଇସ୍ରାଏଲରେ ୧୭, ବ୍ରାଜିଲରେ ୧୬୫, ସ୍ୱିଡେନରେ ୧୮୦, ରୁଷରେ ୧୮, ପାକିସ୍ତାନରେ ୨୫, ଇରାକରେ ୪୬ ଓ ଭାରତରେ ୩୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

You might also like