ସଫେଇ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର; ଉପରୁ ବର୍ଷିଲା ଫୁଲ

ଥିରୁନେଲଭେଲି: କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସଫେଇ କର୍ମଚାରୀମାନେ ତାଙ୍କର ସେବା ଜାରି ରଖିଛନ୍ତି। ସେମାନେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସଫାସୁତୁରା ରଖିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କର ଅବଦାନ ପାଇଁ ସେମାନଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।

ତାମିଲନାଡୁର ଥିରୁନେଲଭେଲି ଅଂଚଳରେ ସଫେଇ କର୍ମଚାରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।  ବିପରୀତ ପରିସ୍ଥିତିରେ ପରିବେଶକୁ ସଫା କରୁଥିବାରୁ ତାମିଲନାଡୁ ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା।

ହରିଆଣାର ଅମ୍ବାଲାରେ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଲୋକମାନେ ପୁଷ୍ପମାଲ୍ୟ ଦେଇ ସେମାନଙ୍କୁ ବଧାଇ ଜଣାଇଥିଲେ। କିଛି ଲୋକ ଛାତ ଉପରୁ ସେମାନଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ।

You might also like