କରୋନା ମୁକାବିଲା; ଭାରତର ଉଦ୍ୟମକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିଛି।  ଭାରତର ଏପରି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି।

ଭାରତରେ ବର୍ତ୍ତମାନ ସୁଦ୍ଧା ୪୯୯ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ ଦେଶର ୫୪୮ ଜିଲ୍ଲ ଲକ୍‌ଡାଉନ ଘୋଷଣା କରି ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକଲ ଜେ ରେୟାନ କହିଛନ୍ତି, ଚୀନ ପରି ଭାରତ ମଧ୍ୟ ଏକ ଜନବହୁଳ ଦେଶ। ଜନବହୁଳ ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାର ଆଶଙ୍କା ରହିଥାଏ। ସେ ଆହୁରି କହିଛନ୍ତି, ବାସ୍ତବରେ ଏହା ଖୁବ୍‌ ମହତ୍ତ୍ୱପୂର୍ଣ୍ଣ ଯେ, ଭାରତ ସର୍ବଜାନୀକ ସ୍ତରରେ ନିଜର ଯୁଦ୍ଧ ଜାରି ରଖିଛି।

ସେ ଆହୁରି କହିଛନ୍ତି, ସାଇଲେଣ୍ଟ କିଲର କୁହାଯାଉଥିବା ୨ ଗମ୍ଭୀର ରୋଗ ସ୍ମଲ ପକ୍ସ ଏବଂ ପୋଲିଓକୁ ସମ୍ପୂର୍ଣ୍ଣ ହଟାଇବାରେ ଭାରତ ସବୁଠାରେ ଆଗରେ ରହିଛି। ଭାରତ ପାଖରେ ଅଭୂତପୂର୍ବ କ୍ଷମତା ରହିଛି, ସବୁ ଦେଶ ପାଖରେ ମଧ୍ୟ ଏହି କ୍ଷମତା ରହିଛି ଯଦ୍ୱାରା ସେମାନେ ନିଜର ନାଗିରକଙ୍କୁ ଏକାଠି କରିପାରିବେ।

ଏହି ପରିପ୍ରେକ୍ଷୀରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟେରେ କରୋନା ଭୟାବହତାକୁ ଦେଖି ପୁରା ଦୁନିଆକୁ ବିଶ୍ୱ ଶାନ୍ତି ରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ‘ ମୁଁ ଦୁନିଆର ସମସ୍ତ କୋଣରେ ସମସ୍ତ ଲୋକଙ୍କୁ ଗ୍ଲୋବାଲ ୱାରରେ ବିରାମ ଦେବାକୁ ଆହ୍ୱାନ କରୁଛି। ଏବେ ଲକ୍‌ ଡାଉନ ଉପରେ ସଶସ୍ତ୍ର ସଂଘର୍ଷ ଏବଂ ଆମର ଜୀବନର ପ୍ରକୃତ ଯୁଦ୍ଧ ଉପରେ ଏକାସାଥୀରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ।  ଏହା ଶତ୍ରୁତାକୁ ପଛରେ ପକାଇ, ଅବିଶ୍ୱାସକୁ ଦୂର କରିବାର ସମୟ ଅଟେ।

You might also like