କରୋନା ଭୟରେ ମେଡିକାଲ ଛାଡ଼ି ପଳାଇଲା ରୋଗୀ

ଉତ୍ତରପ୍ରଦେଶ: ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସତ୍ତ୍ୱେ ମଧ୍ୟ ଲୋକେ ସ଼ଚେତନ ହେଉ ନାହାନ୍ତି। ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ବାଗପାତରୁ ଆସିଛି। ଜଣେ କରୋନା ପଜିଟିଭ୍ ରୋଗୀ ମେଡିକାଲରୁ ଖସି ପଳାଇଛି। ନେପାଳର ଏହି ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ତିନି ଦିନ ପୂର୍ବରୁ ପଜିଟିଭ ଆସିବା ପରେ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରାଗଲା। । ସୋମବାର ରାତିରେ ସେ ଖସି ପଳାଇଥିଲେ।

ମେଡିକାଲ କତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଜଣକ ହେଉଛନ୍ତି ତବଲିଗୀ ଜମାତର। ସେ ଖେକଡ଼ାPHC ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ।  ବିଳମ୍ବିତ ରାତିରେ ସେ ଡାକ୍ତର ଓ କର୍ମଚାରୀଙ୍କୁ ଚକ୍‌ମା ଦେଇ ପଳାଇ ଯାଇଥିଲେ।  ବର୍ତ୍ତମାନ ସେହି ବ୍ୟକ୍ତିଙ୍କୁ ଖୋଜା ଚାଲିଛି।

ଉକ୍ତ ବ୍ୟକ୍ତିଙ୍କ ତବଲିଗୀ ଜମାତର ସହ ସଂଯୋଗ ଥିବା ପ୍ରକାଶ ପାଇବା ପରେ ସମଗ୍ର ଜିଲ୍ଲାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହା ପରେ ମରକଜରୁ ଫେରିଥିବା ୨୬ଟି ଜମାତର ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ନେପାଳର ୧୭ ଜଣ ନାଗରିକ ଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୨୫୦ ରୁ ଅଧିକ ଲୋକଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କାଶ ଏବଂ ଥଣ୍ଡା ଜ୍ୱର ହେଉଥିବା ଅଭିଯୋଗ ପରେ ଆଇସୋଲେସନ୍‌ରେ ରଖାଯାଇଥିଲା।

ପ୍ରଶାସନ ତରଫରୁ ୫ଜଣଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଯେଉଁଥିରେ ନେପାଳରେ ରହୁଥିବା ଏହି ବ୍ୟକ୍ତିଙ୍କର କରୋନା ପଜିଟିଭ୍‌ ଥିବା ଜଣାପଡିଥିଲା। ପରେ ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଲେଭଲ୍‌-୧ ମେଡିକାଲ ଅର୍ଥାତ ଖେକଡା PHC କୁ ସ୍ଥାନାନ୍ତର କରାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୩୦୫ ଟି କରୋନା ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୨୧ଜଣ ସୁସ୍ଥ ଅଛନ୍ତି।

 

You might also like