କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବେ ଏଇ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ବରଡକର (Leo Varadkar)ଙ୍କ ନିଷ୍ପତ୍ତି ବାସ୍ତବିକ ହୃଦୟସ୍ପର୍ଶୀ। ଏହି ଭାଇରସ ସଂକ୍ରମଣର ଭୟ ସବୁଠାରୁ ବେଶି ଡାକ୍ତରାଙ୍କ ପାଖରେ ଥିବାବେଳେ  ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଡାକ୍ତର ଭାବେ କରୋନା ରୋଗୀଙ୍କ ସେବା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ବରଡକର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ। ସେ ସାତ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେ ୨୦୧୩ ରେ ଡାକ୍ତରୀ ବୃତ୍ତି ଛାଡି ୨୦୧୪ ରେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିଲେ।

କରୋନା ଭାଇରସ ବୃଦ୍ଧି ପାଇବା ପରେ ପ୍ରଧାନମନ୍ତ୍ରୀ ପୁନର୍ବାର ତାଙ୍କର ଡାକ୍ତରୀ ପଞ୍ଜିକରଣ କରିଛନ୍ତି। ପିଏମ୍‌ ନିଜର ଯୋଗ୍ୟତା ଅନୁଯାୟୀ, ସପ୍ତାହରେ କିଛି ରିପୋର୍ଟ କରିବେ। ସେ ଫୋନରେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ସେବାରେ ଅଂଶଗ୍ରହଣ କରିପାରିବେ।

୪୧ ବର୍ଷିୟ ପ୍ରଧାନମନ୍ତ୍ରୀ ବରଡକର ଡାକ୍ତରଙ୍କ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଭାରତୀୟ ଡାକ୍ତର ହୋଇଥିବାବେଳେ ମାତା ଆୟର୍ଲାଣ୍ଡର ଜଣେ ନର୍ସ ଥିଲେ।

You might also like