ପୋଲିସ କର୍ମଚାରୀଙ୍କୁ ମିଳିବ ୫୦ଲକ୍ଷ ଟଙ୍କାର ବୀମା

ଲକ୍ଷ୍ନୌ: ମହାମାରୀର ରୂପ ନେଇଥିବା କରୋନା ଭାଇରସକୁ ଦୂର କରିବା ପାଇଁ ଦେଶରେ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସବୁ କିଛି ଠପ୍‌ ହୋଇଯାଇଛି। ନିହାତି ଆବଶ୍ୟକ ନ ଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ନିବେଦନ କରିଛନ୍ତି।

ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ଲକ୍‌ଡାଉନ ଗାଇଡଲାଇନ କାର୍ଯ୍ୟକାରୀ କରିବା ପାଇଁ ଦିନରାତି ବାହାରେ ଜଗିଛନ୍ତି। ଲୋକଙ୍କୁ ସଚେତନ କରାଉଛନ୍ତି। ହେଲେ ଅନେକ ସମୟରେ ସେମାନେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଛନ୍ତି।

ଏହାବ୍ୟତୀତ ବାହାରେ ବୁଲୁଥିବାରୁ, ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କୁ କରୋନା ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ପୋଲିସମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶ ସରକାର ମଧ୍ୟ ପୋଲିସମାନଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି।

ଲକଡାଉନ୍ ନିୟମକୁ ପାଳନ କରିବାଠୁ ଆରମ୍ଭ କରି ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପର୍ଯ୍ୟନ୍ତ ପୋଲିସର ଭୂମିକା ରହିଛି। ଏଭଳି ପରିସ୍ଥିତିରେ ପୋଲିସମାନେ ମଧ୍ୟ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

You might also like