ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

ବେଜିଂ:ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ରେ ରବିବାର ପୁଣି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ ମୃତ ୧୫୦ ଜଣଙ୍କ ମଧ୍ୟରୁ ୧୪୯ ଜଣଙ୍କ ମୃତ୍ୟୁ ହୁବେଇ ସହରରେ ହୋଇଛି। ଗତକାଲି ନୂଆ ୪୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ତେବେ ଏହି ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଠାରେ କରୋନା ଭାଇରସ୍‌ରେ ୧୬୧ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସାରା ଦେଶରେ ୭୬୩ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି। ଚୀନ ପରେ ଦକ୍ଷିଣ କୋରିଆ ଦ୍ୱିତୀୟ ଦେଶ ଯେଉଁଠି କରୋନାରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅଳ୍ପ କିଛି ଦିନ ମଧ୍ୟରେ ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଠାରେ କରୋନାରେ ୭ ଜଣଙ୍କର ମୃତ୍ୟୁ ଘଟିଲାଣି।ସ ଦେଶରେ ରେର୍ଡ ଆଲର୍ଟ ଜାରି କରାଯାଇଛି।

ଅନ୍ୟପକ୍ଷରେ ଯେଉଁମାନେ ବୁହାନର ଅଧିବାସୀ ନୁହେଁ, ସେମାନଙ୍କୁ ବାହାରକୁ ଯିବାକୁ ଅନୁମିତି ଦେଇଛି ଚୀନ୍। ତେବେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇ ନାହାନ୍ତି ଏବଂ ଯେଉଁମାନଙ୍କର କରୋନା ଆକ୍ରାନ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ କେବଳ ସେହିମାନେ ହିଁ ବାହାରକୁ ଯାଇ ପାରିବେ। 

ଆହୁରି ପଢ଼ନ୍ତୁ

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

You might also like