ରୋକିପାରୁନି ଆମେରିକା, କିନ୍ତୁ କିଛି ମାତ୍ରାରେ କରୋନା ଉପରେ କାବୁ ପାଇଲା ଏହି ଦେଶ

ନୂଆଦିଲ୍ଲୀ: ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କଲାଣି ମାରାତ୍ମକ କରୋନା। ସାରା ବିଶ୍ୱରେ ଏବେ ଯାଏ ୩୮ ଲକ୍ଷ ୪୩ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୨ ଲକ୍ଷ ୬୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷରୁ ଅଧିକ ଆକ୍ରାନ୍ତ।

ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି ସୁପର ପାୱାର୍ ଆମେରିକା। ପ୍ରତିଦିନ ଦେଶରେ ହଜାର ହଜାର ଲୋକେ ଆକ୍ରାନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲଗାଇବାରେ ବିଫଳ ହୋଇଛି ଆମେରିକା। ଯାହା ସବୁଠୁ ଅଧିକ ଚିନ୍ତା ବଢ଼ାଇଛି। ଆମେରିକାରେ ସାଢ଼େ ୧୨ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୭୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

ହେଲେ ଆଶ୍ୱସ୍ତିକର ଖବର ହେଉଛି, ଆମେରିକାରେ ୨ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଆମେରିକା ପରେ ଅଧିକ ପ୍ରଭାବିତ ହୋଇଛି ୟୁରୋପ। ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ସ୍ପେନ୍। ଅଢ଼େଇ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ସେହିପରି ଇଟାଲି ଓ ୟୁକେରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୩୦ ହଜାର ପ୍ରାଣ ହରାଇଲେଣି। ତେବେ ହୁହୁ ହୋଇ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଉପରେ କିଛିଟା କାବୁ କରିଛି ଜର୍ମାନୀ। ଦେଶରେ ମୃତ୍ୟୁ ସଂଖ୍ୟା ୭ ହଜାର ୨ ଶହରେ ସୀମିତ ଥିବା ବେଳେ ଲକ୍ଷେ ୬୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

You might also like