ଭାରତରେ ବିଶ୍ୱର ସବୁଠାରୁ ଭୟଙ୍କର କରୋନା ଭାରିଏଣ୍ଟ୍ !

ଦେଶରେ ହେଉଥିବା ତାଣ୍ଡବରୁ ବାହାରିବାକୁ ଲାଗିବ ଅନେକ ବର୍ଷ,ଦାବି କଲେ ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନାର ନୂଆ ଭାରିଏଣ୍ଟ ବିଶ୍ୱର ସବୁଠାରୁ ସଂକ୍ରାମକ ମ୍ୟୁଟେସନ୍ ହୋଇପାରେ । ବେଲଜିୟମନର ୟୁନିଭରସିଟି ଅଫ୍ ଲ୍ୟୁବେନର ଜଣାଶୁଣା ବାୟାଲୋଜିଷ୍ଟ ଟମ୍ ବେସଲିୟର୍ସ ଏପରି ଦାବି କରିଛନ୍ତି । ୟୁକେ ଭାରିଏଣ୍ଟକୁ ବାକି ଭାଇରସ୍ ତୁଳନାରେ ଅଧିକ ଭୟଙ୍କର କହିଥିବା ପ୍ରଥମ ବୈଜ୍ଞାନିକ ହେଲେ ବେସଲିୟର୍ସ ।  ଏହି ଅଧ୍ୟୟନକୁ ପ୍ରଥମେ କେହି ବିଶ୍ୱାସ କରୁନଥିଲେ, କିନ୍ତୁ ପରେ ସମସ୍ତେ ୟୁକେ ଭାରିଏଣ୍ଟ୍ର ଭୟାବହତା ସମ୍ପର୍କରେ ଅବଗତ ହେବା ପରେ ତାଙ୍କ କଥାକୁ ମାନିବାକୁ ବାଧ୍ୟ ହୋଇଥିଲେ ।

ଭାରତରେ ନୂଆ ଭାରିଏଣ୍ଟ୍ ବହୁତ ସଂକ୍ରାମକ ଓ ତୀବ୍ର ବେଗରେ ଲୋକଙ୍କୁ ନିଜର ଶିକାର କରୁଛି । ୟୁକେ ଭାରିଏଣ୍ଟ୍ ପରି ଏହି ଭାରିଏଣ୍ଟ ତୁରନ୍ତ ତୁରନ୍ତ ନିଜ ରୂପରେ ପରିବର୍ତ୍ତନ କରୁଛି । ଭାରତରେ ନିର୍ବାଚନ ପାଇଁ ରାଜନୈତିକ ଦଳ କରିଥିବା ରାଲି, ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ଭିଡ଼ ଓ ସାମାଜିକ ଦୂରତ୍ୱକୁ ଧ୍ୟାନ ନଦେବା ଫଳରେ ସ୍ଥିତି ଆଜି ଏପରି ହୋଇଛି । ରିପୋର୍ଟରେ କୁହାଯାଇଛି ଶୀତରେ ଭାରତରେ ସଂକ୍ରମଣରେ ସାମାନ୍ୟ ସୁଧାର ଦେଖାଦେଇଥିଲା । କୋଭିଡ ୧୯ ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ଥିଲା । ଏହାସହ କରୋନା ମାମଲାରେ ଧୀରେ ଧୀରେ କମି କିମି ଆସୁଥିଲା ।

କିନ୍ତୁ ଫେବୃଆରୀର ମଧ୍ୟଭାଗ ଓ ମାର୍ଚ୍ଚର ପ୍ରଥମାର୍ଦ୍ଧରେ ଦେଶର ସ୍ଥିିତି ବଦଳିଗଲା । ଅଚାନକ ଭାରରସ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଲା । ଏବେ ଭାରତ ଭୟାନକ ସ୍ଥିତି ଦେଇ ଗତି କରୁଛି । ଦେଶରେ ପ୍ରତିଦିନ ପାଖାପାଖି ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଉଛନ୍ତି ଏବଂ ପାଖାପାଖି ୪ ହଜାର ଲୋକ ପ୍ରାଣ ହରାଉଛନ୍ତି ।

ସେପଟେ ଆନ୍ଧ୍ରପ୍ରଦେଶ ତିରୁପତିରେ ଅକ୍ସିଜେନ୍ ଅଭାବରୁ ଜୀବନ ହାରିଲେ ୧୧ କରୋନା ରୋଗୀ । ଅକ୍ସିଜେନ ଟ୍ୟାଙ୍କରକୁ ଅପେକ୍ଷା କରି କରି ଅକାଳରେ ଝଡ଼ିପଡ଼ିଲା ଜୀବନ ।  ତିରୁପତିର ରୁଇୟା ସରକାରୀ କୋଭିଡ ହସ୍ପିଟାଲରେ ଏପରି ଅଘଟଣା ଘଟିଛି । ସୋମବାର ବିଳମ୍ବିତ ରାତ୍ରିରେ ଅକ୍ସିଜେନ ଅଭାବରୁ ୧୧ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ଏମ. ଭି ନାରାୟଣ କହିଛନ୍ତି, ଅକ୍ସିଜେନ ଟ୍ୟାଙ୍କର ଠିକ ସମୟରେ ପହଞ୍ଚି ନପାରିବାରୁ ରୋଗୀଙ୍କର ମୃତ୍ୟୁ ହୋଇଛି । ତେବେ ମାମଲା ସମ୍ପର୍କରେ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯାଂଚ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ନୂଆ ମ୍ୟୁଟାଣ୍ଟ ଦେଖାଦେବା ପରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି ।

You might also like