ଘରମାଲିକ ବାହାର କରିଦେଲା, କୋଭିଡ ରୋଗୀ ସହ ଗାଡି ଭିତରେ ରହିଲେ ପୂରା ପରିବାର

ମଣ୍ଡି:କରୋନାର ଦ୍ଵିତୀୟ ଲହରକୁ ନେଇ ସାରା ଦେଶରେ ହାହାକାର ପରିସ୍ଥିତି ଲାଗିରହିଛି । ଏପରି ଦୁଃସ୍ଥିତିରୁ ବର୍ତ୍ତିବା ପାଇଁ ମଣିଷ ଭୁଲି ଯାଉଛି ସମ୍ପର୍କକୁ । ଭୁଲିଯାଉଛି ମଣିଷ ପଣିଆକୁ । ତା ଆଖିରେ ଗୋଟିଏ ଲକ୍ଷ୍ୟ, କିପରି ଏ ବିପତ୍ତିରୁ ନିଜକୁ ବଞ୍ଚାଇବ । ଏମିତି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶର ମଣ୍ଡି ଅଂଚଳରୁ । କରୋନା ଆକ୍ରାନ୍ତ ଜଣେ ମହିଳାଙ୍କୁ ଘର ମାଲିକ ପୁରାଇଲେନି । ଫଳରେ ପରିବାର ସହ ମହିଳାଙ୍କୁ ଗାଡି ଭିତରେ ରହିବାକୁ ପଡିଲା ପୁରା ୨ ଦିନ ।
ମଣ୍ଡିର ଜଣେ ଟାକ୍ସି ଡ୍ରଇଭର ପରଶରାମ ତାଙ୍କ ପତ୍ନୀଙ୍କୁ ନେଇ ୨ ଦିନ ତଳେ ଶିମଲା ଯାଇଥିଲେ କୋଭିଡ ଟେଷ୍ଟ କରିବାକୁ। ପରୀକ୍ଷ ପରେ ସେ ପଜିଟିଭ ବାହାରିଲେ। ପତ୍ନୀଙ୍କ ଅବସ୍ଥା ଠିକ ଥିବାରୁ ଡାକ୍ତର ତାଙ୍କୁ ହୋମ ଆଶୋଲେସନରେ ରହିବାକୁ ପରାମର୍ଶ ଦେଇଥିଲେ ।

ଗାଡି ଚାଳକ ପରଶରାମ ପତ୍ନୀ ଏବଂ ୨ ବର୍ଷର ପୁଅ କୁ ଧରି ଘର କୁ ଫେରିଥିଲେ । ପରଶରାମ କାରସୋଗାରେ ଏକ ଭଡା ଘରେ ରହୁଥିଲେ। ଏ ନେଇ ପରଶରାମ ଘର ମାଲିକଙ୍କୁ ସବୁ କଥା ଜଣାଇଥିଲେ । ହେଲେ ଘର ମାଲିକ କରୋନା ଭୟରେ ତାଙ୍କୁ ଘରକୁ ଆସିବାକୁ ଦେଲେନି। ବଋଂ ଆଉ କୋଉଠି ରହିବାକୁ କହିଲେ । ଜଣେ କୋଭିଡ ରୋଗୀକୁ ନେଇ ପରଶରାମ ଆଉ କୁଆଡେ ଯାଇଥାନ୍ତେ ? ଶେଷରେ ସେହି ଗାଡି ଭିତରେ ହିଁ ପଜିଟିଭ ପତ୍ନୀ ଓ ପୁଅକୁ ନେଇ ରହିଲେ । ଏପରି ଅସୁବିଧା ସମୟରେ କେହି ବି ତାଙ୍କୁ ସହାୟତାର ହାତ ବଢ଼ାଇ ନ ଥିଲେ ।

ଶେଷରେ ପରଶରାମ ଡିଏସ୍ପି ଗୀତାଞ୍ଜଳି ଠାକୁରଙ୍କୁ ସହାୟତା ମାଗିଲେ । ଫୋନ ପାଇବା କ୍ଷଣି ଡିଏସ୍ପି ପହଁଞ୍ଚି ଗଲେ ପୋଲିସ ଟିମ ସହ । ଘର ମାଲିକ ସହ କଥାବାର୍ତା କରି ଡିଏସ୍ପି ଏହି ପରିବାର ପାଇଁ ଘର ବ୍ୟବସ୍ଥା ତା କରିଦେଲେ, ଏଥିସହିତ ରାଶନ ଓ ପାଣି ବନ୍ଦୋବସ୍ତ ବି କରିଦେଲେ।
ଅନ୍ୟପକ୍ଷେ ଡିଏସ୍ପି ଗୀତାଞ୍ଜଳି ଠାକୁର କହିଛନ୍ତି, ରବିବାର ୪ଟାରେ ତାଙ୍କ ପାଖକୁ ପରଶରାମଙ୍କ ଫୋନ ଆସିଲା । ସେ ତାଙ୍କ ସମସ୍ୟା ମୋତେ ଜଣାଇଥିଲେ । ତାଙ୍କ ପତ୍ନୀ କରୋନା ପଜିଟିଭ ଥିଲେ । ଘର ମାଲିକଙ୍କ ସହ ଆଲୋଚନା ପରେ ତାଙ୍କୁ ଘରେ ରହିବାର ବ୍ୟବସ୍ଥ କରିଦିଅ ଯାଇଛି । ଅନ୍ୟାନ୍ୟ ଆବଶ୍ୟକ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଆଗକୁ ମଧ୍ୟ ତାଙ୍କୁ ଆବଶ୍ୟକ ସମଗ୍ରୀ ପୋଲିସ ଯୋଗାଇଦେବା ବୋଲି ଡିଏସ୍ପି କହିଛନ୍ତି ।

You might also like