ଦେଶରେ କରୋନା ସ୍ଥିତି: ୨୪ ଘଣ୍ଟାରେ ୧୮, ୫୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ୩୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ  ୫,୦୮,୯୫୩ ରହିଥିବାବେଳେ , ମୃତ୍ୟୁ ସଂଖ୍ୟା ୧୫,୬୮୫ ଛୁଇଁଛି।

ଦେଶରେ ଆକ୍ଟିଭ ସଂଖ୍ୟା ୧,୯୭,୩୮୭ ଥିବାବେଳେ  ସୁସ୍ଥ ହୋଇଛନ୍ତି ୨,୯୫,୮୮୧ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏଠାରେ ସର୍ବାଧିକ ୧,୫୨,୭୬୫ ଆକ୍ରାନ୍ତ ଥିବାବେଳେ  ୭,୧୦୬ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ଗୋଟିଏ ନରେ ୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ କରାଯାଇଛି।  କେବଳ ମୁମ୍ବଇରେ ଶୁକ୍ରବାର ୧୨୯୭ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨, ୧୭୫ରେ ପହଞ୍ଚିଛି। ଗୋଟିଏ ଦିନରେ କରୋନାରେ ୭୩ ଜଣଙ୍କ ଜୀବନ ଯାଇଥିବାବେଳେ ବର୍ତ୍ତମାନସୁଦ୍ଧା ମୃତ୍ୟୁ ସଂଖ୍ୟା ୪୧୭୯ରେ ପହଞ୍ଚିଛି। ମୁମ୍ବଇରେ ଆକ୍ଟିଭ କେସ୍‌ ୨୮,୨୪୪ ରହିଛି।

 

 

ଆହୁରି ପଢ଼ନ୍ତୁ

ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ

ଆଜି ୨୨୯ କରୋନା ଆକ୍ରାନ୍ତ ସୁସ୍ଥ; ଗଂଜାମରୁ ସର୍ବାଧିକ

ବାହାଘର ଖୁସିରେ ଭୁଲିଗଲେ ନିୟମ; ଫାଇନ୍‌ ସହ ଥାନାରେ ମାମଲା

୧୪ ଜିଲ୍ଲାବାସୀଙ୍କ ପାଇଁ କଟକଣା, ରାଉରକେଲା ଆସିଲେ ଆଗେ କ୍ୱାରେଣ୍ଟିନ ଯିବ

କରୋନାର କରାଳ ରୂପ: ୪ ଦିନରେ ୯ ମୃତ, ୧୫୩୬ ଆକ୍ରାନ୍ତ

ଭୁବନେଶ୍ୱରରୁ ୪୫ କରୋନା ଆକ୍ରାନ୍ତ ଚିହ୍ନଟ; ୩୧ ସୁସ୍ଥ

‘ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ହେଉଛି କରୋନା ମ୍ୟାନେଜ୍‌ମେଣ୍ଟ’

ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

କଟକ ସହର ସଟ୍‌ଡାଉନ୍‌

କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ୬ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ

ରାଣୀହାଟ ମାଳିସାହିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କଲା CMC

ଦେଶରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୪୪୨ ମୃତ

You might also like