ଟ୍ରାଫିକ୍ ଏଏସ୍‌ଆଇ କରୋନା ଆକ୍ରାନ୍ତ, ପରିବାର ହୋମ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୭୬ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ସେମାନଙ୍କ ମଧ୍ୟରୁ ୩୩୩ଟି ମାମଲା ସହ ମରକଜ୍‌ ଜମାତି ସମ୍ପର୍କ ରହିଛି । ଏପରି ସମୟରେ  ଦିଲ୍ଲୀର ଜଣେ ଟ୍ରାଫିକ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମଧ୍ୟ କରୋନାରେ ପଜିଟିଭ୍ ବୋଲି ଜଣାପଡିଛି। ବର୍ତ୍ତମାନ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି।

ଦିଲ୍ଲୀ ଟ୍ରାଫିକ ପୋଲିସର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଗତ ସପ୍ତାହରେ ତାଙ୍କୁ ଥଣ୍ଡା ଜ୍ୱର ହେଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।  ଏପ୍ରିଲ ୭ରେ ଆସିଥିବା ରିପୋର୍ଟରେ ସେ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହା ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ତାଙ୍କର ପରିବାରକୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଦିଲ୍ଲୀରେ କରୋନା ବିରୁଦ୍ଧରେ ଯୁଦ୍ଧ ଦିନକୁ ଦିନ ଜୋରଦାର ହେଉଛି। ଭାଇରସ ସଂକ୍ରମଣ ଯେପରି ନ ହୁଏ ସେଥିପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ କେଜ୍ରିୱାଲ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଇ କରୋନା ବିରୋଧୀ ଯୁଦ୍ଧରେ ପୋଲିସ, ଟ୍ରାଫିକ ପୋଲିସଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏପରି ସ୍ଥିତିରେ ସେମାନେ କରୋନା ଆକ୍ରାନ୍ତ  ହେବା ଚିନ୍ତାର ବିଷୟ ହୋଇଛି।

You might also like