କ୍ୱାରେଣ୍ଟିନ୍‌ ସେଣ୍ଟରରେ ଡାକ୍ତର ଖାଇଲେ ୫୦ ଲକ୍ଷ ଟଙ୍କାର ଖାଦ୍ୟ

ନୂଆଦିଲ୍ଲୀ:କରୋନା ମହାମାରୀ ଏବଂ ଲକ୍‌ଡାଉନ୍‌  ଭିତରେ ସମସ୍ତେ ସମସ୍ୟା ଦେଇ ଗତି କରୁଛନ୍ତି। ଲକ୍‌ ଡାଉନ ଯୋଗୁ ଅନେକ ବ୍ୟବସାୟ କ୍ଷତିରେ ଚାଲିଛି। ତା ମଧ୍ୟରୁ ହୋଟେଲ ବ୍ୟବସାୟ ଗୋଟିଏ। ହୋଟେଲ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଏପରି ସ୍ଥିତିରେ ଉତ୍ତର ପ୍ରଦେଶ ଅଲିଗଡ କ୍ୱାରେଣ୍ଟିନ ସେଣ୍ଟରେ ରହିଥିଲେ ୮୪ ଡାକ୍ତର । ଏମାନଙ୍କ ଖାଇବା ଦାୟିତ୍ୱ ନେଇଥିବା ହୋଟେଲ ମାଲିକ ୫୦ ଲକ୍ଷର ବିଲ୍‌ ଦେଇଛନ୍ତି। ବିଲ୍‌ ଦେଖିବା ପରେ ରାଜ୍ୟ ଚିକିତ୍ସା ବିଭାଗ ମୁଖ୍ୟ ସଚିବ ଡା. ରଜନୀଶ ଦୁବେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଗଲେ। ସେତିକି ନୁହେଁ, ରାସନ ବ୍ୟତୀତ ଅନ୍ୟାନ୍ୟ ବିଲ ଦେବାକୁ ସେ ମନା କରି ଦେଇଛନ୍ତି।

ହୋଟେଲ ପରିଚାଳକଙ୍କ କହିବା ଅନୁଯାୟୀ, ବିଜୁଳି ବିଲ୍‌ଠାରୁ ଆରମ୍ଭ କରି ହୋଟେଲ ଷ୍ଟାଫ୍‌ଙ୍କୁ ନିୟମିତ ଦରମା ଦେବାକୁ ପଡ଼ୁଛି। ଜିଲ୍ଲା ପ୍ରଶାସନ ଜରିଆରେ ସହରର ଚାରୋଟି ହୋଟେଲରେ ପାମ୍‌ ଟ୍ରି ବିକାଶ କରାଯଇଛି ଯେଉଁଠାରେ କରୋନା ଯୋଦ୍ଧା କୁହାଯାଉଥିବା  ଡାକ୍ତରମାନେ କ୍ୱାରେଣ୍ଟିନ୍‌ରେ ଥିଲେ। ସହରର ଏହି ୪ ହୋଟେଲରେ ୮୪ ଜଣ ଡାକ୍ତର ୨୮ ଦିନ ରହିଥିଲେ।  ମାର୍ଚ୍ଚମାସରୁ ଏ ପର୍ଯ୍ୟନ୍ତ କୌଣସି ହୋଟେଲକୁ ଜିଲ୍ଲା ପ୍ରଶାସନ ଏହ ବକେୟା ଟଙ୍କା ଦେଇ ନାହିଁ।

ହୋଟେଲ ଆସୋସିଏସନ ଅଧ୍ୟ ମାନବ ମହାଜନଙ୍କ କହିବା ଅନୁଯାୟୀ, ଜିଲ୍ଲା ପ୍ରଶାସନ ମାର୍ଚ୍ଚମାସରୁ ବାକି ପଡ଼ିଥିବା ୫୦ ଲକ୍ଷ ଟଙ୍କାର ବକେୟା ପ୍ରଦାନ କରିନାହାନ୍ତି। ଆମକୁ ଇଲେକ୍ଟି ବିଲ ଦେବାକୁ ପଡ଼ିବ, ଷ୍ଟାଫ୍‌ ପେମେଣ୍ଟ ବି କରିବାକୁ ପଡ଼ିବ। ତେଣୁ ଶୀଘ୍ର ଏହି ବିଲ୍‌ ପେମେଣ୍ଟ କରିବାକୁ ସେ ନିବେଦନ କରିଛନ୍ତି। ଆଉ ଯଦି ନ ମିଳେ ତେବେ ଏ ନେଇ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବୁ।

ଅନ୍ୟପକ୍ଷେ ଏହି ବିଲ୍‌ ପେମେଣ୍ଟ କରିବାକୁ ଜିଲ୍ଲା ପ୍ରଶାସନ ମନା କରିବା ସହ ଖାଦ୍ୟ ପାଇଁ ୫୦ ଟଙ୍କା ହିସାବରେ ଟଙ୍କା ପେମେଣ୍ଟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

ଅଲିଗଡ ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା ଅନୁଯାୟୀ ଡା. ଭାନୁପ୍ରତାପ ସିଂହ କଲ୍ୟାଣୀଙ୍କ କହିବା ଅନୁଯାୟୀ, ୫୦ ଲକ୍ଷ ଟଙ୍କାର  ବିଲ୍‌  କେବେ ହେବ ନାହିଁ। ତେବେ ଯାହା ବି ଖର୍ଚ୍ଚ ହୋଇଥିବ ସେ ନେଇ ପ୍ରମୁଖ ସଚିବଙ୍କ ବୈଠକରେ ଆଲୋଚନା ହୋଇଛି। ଏ ନେଇ ସଚିବ କହିଛନ୍ତି, ଅର୍ଥ ବ୍ୟବସ୍ଥା ନିଜକୁ କରିବାକୁ ପଡ଼ିବ। ପ୍ରଶାସନ ଏ ନେଇ କିଛି କରିପାରିବ ନାହିଁ।।’

ଡା. ଭାନୁପ୍ରତାପ ସିଂହ ଆହୁରି କହିଛନ୍ତି, ଆମେ ଭାବିଥିଲୁ ପ୍ରଶାସନ ସ୍ତରରେ କିଛି ସାହାଯ୍ୟ ମିଳିବ। ହେଲେ ସେମିତି କିଛି ମିଳିଲାନି। ଏବେ ଆମେ ମାମଲା ଉପର ସ୍ତରକୁ ନେବୁ।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like