୨୦ ଲକ୍ଷ ମୁହାଁ ହେଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ରହିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫ଶହ ପାର୍ କରିଥିବାବେଳେ ପ୍ରାୟ ୨୦ ଲକ୍ଷ ମୁହାଁ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା।  ଆମେରିକା, ଇଟାଲି ଓ ସ୍ପେନରେ ଜାରି ରହିଛି ମହାମାରୀର ଭୟାବହ ସ୍ଥିତି। କେବଳ ଏହି ୩ ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପାଖାପାଖି ୭୦ ହଜାରରେ ପହଞ୍ଚିଛି।

ଆମେରିକାରେ ସର୍ବାଧିକ ୨୩ ହଜାର ୫ଶହରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮୦ ହଜାର ପାର କରିଛି। ସେହିପରି ସ୍ପେନରେ ୧୭ ହଜାର ୮ଶହ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ଇଟାଲୀରେ ୨୦ ହଜାର ୫ଶହ ଲୋକଙ୍କ ମୃତ୍ୟୁ ହୋଇଛି।

ସେହିପରି ଭାରତରେ ୯ହଜାର ୨୭୨ ଜଣ ଆକ୍ରାନ୍ତ ହୋଇଥିବାବେଳେ  ଗତ ୨୪ ଘଣ୍ଟାରେ ୩୧ ଜଣଙ୍କ ଜୀବନ ନେଇଛି କରୋନା। ଅନ୍ୟ ଦେଶଙ୍କ ମଧ୍ୟରେ ଫ୍ରାନ୍ସରେ ୧୪ ହଜାର ୯୮୬ ଜଣ, ବ୍ରିଟେନରେ ୧୧ ହଜାର ୩୪୭ ଜଣ ମହାମାରୀ କରୋନାରେ ପ୍ରାଣ ହରାଇ ସାରିଲେଣି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଲକ୍ଷ ୪୮ ହଜାର ୬୫୫ଜଣ ସୁସ୍ଥ ହୋଇ ଫେରିଛନ୍ତି।

You might also like