ଦେଶରେ ୮ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି  ୮ ଲକ୍ଷ ଟପିଲା। ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୦ ହଜାର ୯୧୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ  ୨୨ ହଜାର ୧୨୩ ଜଣଙ୍କର ମୃତ୍ୟୁ ଘଟିଛି।

ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୭, ୧୧୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫୧୯ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍-୨,୮୩,୪୦୭ ଥିବାବେଳେ ସୁସ୍ଥ ହୋଇଛନ୍ତି ୫,୧୫,୩୮୫।
ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୩୮ ହଜାର ୪୬୧ ଆକ୍ରାନ୍ତ ହୋଇଥିବାବେଳେ ୯୮୯୩ ମୃତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୧୪୦ କୁ ବୃଦ୍ଧି ପାଇଛି। ଗତ ୨୪  ଘଣ୍ଟା ମଧ୍ୟରେ ଏଠାରେ ୨୦୮୯ ଟି ନୂଆ ମାମଲା  ସାମ୍ନାକୁ ଅସିଛି। ତେବେ ଖୁସିର ଖବର ହେଉଛି ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୨୪୬୮ ରୋଗୀ ମଧ୍ୟ ଆରୋଗ୍ୟ ହୋଇଛନ୍ତି । ମୋଟାମୋଟି ଭାବେ ଏଠାରେ ୮୪, ୬୯୪  ରୋଗୀ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୩୩୦୦କୁ ବୃଦ୍ଧି ପାଇଛି।  ରାଜଧାନୀରେ ବର୍ତ୍ତମାନ ୨୧, ୧୪୬ ଆକ୍ଟିଭ କେସ୍ ରହିଛି୧ |

 

You might also like