କୁମ୍ଭମେଳାରେ ସାମିଲ ହୋଇଥିବା ମହିଳା ହେଲେ ସୁପରସ୍ପ୍ରେଡର

୩୧ ଲୋକଙ୍କୁ କଲେ ସଂକ୍ରମିତ

ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମିଣ ସବୁଦିନ ତିନି ଲକ୍ଷ ଉପରେ ରହୁଛି ଏବଂ ପ୍ରତିଦିନ ୪ ହଜାର ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଏହାରି ଭିତରେ କୁମ୍ଭମେଳା ଆୟେଜନ ପରେ ଉତ୍ତରାଖଣ୍ଡର ସ୍ଥିତି ଚିନ୍ତାଜନକ ରହିଛି । ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ କୁମ୍ଭରେ ଯାଇଥିବା ଜଣେ ମହିଳା ଶ୍ରଦ୍ଧାଳୁ ସୁପ୍ରର ସ୍ପ୍ରେଡର ସାଜି ୩୧ ଜଣଙ୍କୁ ସଂକ୍ରମିତ କରିଛନ୍ତି ।

ବେଙ୍ଗାଲୁରୁ ନିବାସୀ ୬୭ ବର୍ଷିୟ ମହିଳା ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ସଂକ୍ରମିତ ହେବା ପରେ ତାଙ୍କ ବୋହୂ ମଧ୍ୟ କରୋନ ଜାଲରେ ପଡ଼ିଥିଲେ । ତାଙ୍କ ବୋହୂ ପେଶାରେ ଜଣେ ସାକଇକାଟ୍ରିକ୍ ଥିବେଳେ ସେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିବା ୧୩ ଜଣ ରୋଗୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟପଟେ ହସ୍ପିଟାଲର ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ତେବେ କରୋନା ସଂକ୍ରମଣର ଚେନ ଏଇଠି ବନ୍ଦ ହୋଇଗଲା ନାହିଁ, ୬୭ ବର୍ଷିୟ ମହିଳା ଜଣକ ନିଜ ପରିବାରର ଆଉ ୧୮ ଜଣ ସଦସ୍ୟଙ୍କୁ ମଧ୍ୟ ସଂକ୍ରମିତ କରିଥିଲେ ।

ଏବେ ମହିଳାଙ୍କ ସମେତ ପୂରା ପରିବାର କରୋନ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ । ଏପରିସ୍ଥଳେ ସମସ୍ତେ ଏବେ କରୋନରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଏହି ସଂକ୍ରମଣ ଏତେ ଗମ୍ଭୀର ନୁହେଁ । ଟ୍ରେସିଂର ପରିସର ବଢ଼ାଇବା ପରେ କୁମ୍ଭକୁ ଯାଇଥିବା ମହିଳା ଜଣକ ସୁପର ସ୍ପ୍ରେଡ଼ର ବୋଲି ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ କୁମ୍ଭ ମେଳା ଯାଇଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଖବର ଆସିଥିଲା ।

ସୂଚନାଯୋଗ୍ୟ ଗତ ଏପ୍ରିଲ ୨୫ ତାରିଖରେ କୁମ୍ଭମେଳାରୁ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନେକ ସାଧୁସନ୍ଥ କରୋନା ସଂକ୍ରମିତ ହୋଇ ଜୀବନ ହାରିଥିଲେ । ଏହାସହ ବିଭିନ୍ନ ରାଜ୍ୟରେ କୁମ୍ଭଫେରନ୍ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ରହିଥିଲା । ଏପରିକି ସେମାନଙ୍କ ଫେରିବା ପରେ ଆଣ୍ଟିଜେନ୍ ଟେଷ୍ଟ ଓ RTPCR ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା ।

You might also like