ସ୍କୁଲ ଖୋଲୁ ଖୋଲୁ ୩ ଛାତ୍ର କରୋନା ପଜିଟିଭ

ଜିନ୍ଦ: କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥତିରେ  ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅବଶ୍ୟ କେତେକ ରାଜ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହରିଆଣାରେ ମଧ୍ୟ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଥିଲେ। ତେବେ ଦୁଃଖର କଥା, ସ୍କୁଲ ଖୋଲିବା ପରେ ପରେ କିଛି ପିଲା କରୋନା ପଜିଟିଭ ଥିବା ଜାଣିବାକୁ ମିଳିଛି।

ହରିଆଣା ଜିନ୍ଦର ଏକ ସ୍କୁଲରେ ଏପରି ଘଟଣା ସାମ୍ନାକୁ ଆସିଛି। ଆକ୍ରାନ୍ତ ପିଲାମାନଙ୍କୁ ଏବେ ହୋମ କ୍ୱାରେଣ୍ଟିନରେ ରଖାଯାଇଛି।  ୩ ଜଣ ପଜିଟିଭ ବାହାରିବା ପରେ ଘରୋଇ ଏବଂ ସରକାରୀ ସ୍କୁଲ ସବୁ ପିଲାଙ୍କର କରୋନା ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁଯାୟୀ, ରୁଟିନ ସ୍କ୍ରିନିଂ ପରେ ଏହି ପିଲାମାନେ ପଜିଟିଭ ମିଳିଥିଲେ।  ୨୫୦ ସ୍କୁଲ ପିଲାଙ୍କର ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ମିଳିଥିଲେ। ଅନ୍ୟମାନଙ୍କର ଟେଷ୍ଟ ଚାଲିଛି। ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସଚେତନ ରହିବାକୁ କୁହାଯାଇଛି।

ପିଲାଙ୍କୁ ଜ୍ୱର, କାଶ, ଥଣ୍ଡା ହେବାକ୍ଷଣି ଆଇସୋଲେଟ କରି ରଖନ୍ତୁ। ଏହି ସଂକ୍ରମଣ ହୁଏତ ପିଲାମାନେ ଘରୁ ହୋଇ ଥାଇପାରନ୍ତି। ତେଣୁ ସେମାନଙ୍କ ପରିବାରର ମଧ୍ୟ ନମୁନା ପରୀକ୍ଷା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

 

ଆହୁରି ପଢ଼ନ୍ତୁ

କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଚାଲିଗଲା ୫ କରୋନା ଆକ୍ରାନ୍ତଙ୍କ ଜୀବନ

ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୧୭

ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୨୮ ଆକ୍ରାନ୍ତ

କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

କରୋନା ନୂଆ ଗାଇଡଲାଇନ୍‌; କଣ ସବୁ ଖୋଲିବ ଜାଣନ୍ତୁ

କମୁନି କରୋନା ପ୍ରଭାବ; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୦, ଆଖି ବୁଜିଲେ ୧୬

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୪୨ କରୋନା ରୋଗୀ , ଆଖି ବୁଜିଲେ ୧୪

ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

You might also like