• translate
Prangyan Parimita

ନୂଆଦିଲ୍ଲୀ: କରୋନା ଭାଇରସ୍ ପୂର୍ବାପେକ୍ଷା ଅଧିକ ଭୟଙ୍କର ରୂପ ନେଇଛି ।  ପ୍ରତିଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏହାର ପ୍ରମାଣ ଦେଉଛି । ଦେଶରେ ତଥା ରାଜଧାଦୀ ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଡାକ୍ତରମାନେ ଏନେଇ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଏମଡି ଡକ୍ଟର ସୁରେଶ କୁମାର କହିଛନ୍ତି, ଚଳିତ ଥର କରୋନା ଲହରୀ ସବୁଠାରୁ ଅଧିକ ଯୁବଗୋଷ୍ଠୀ, କୁନି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଧିକ ସଂକ୍ରମିତ କରୁଛି ।

ନୂଆ କରୋନା ଲହରୀ ପୂର୍ବ ଅପେକ୍ଷା ଦୃତ ଗତିରେ  ଲୋକଙ୍କୁ ସଂକ୍ରମିତ କରୁଛି । ରେଶ କୁମାର କହିଛନ୍ତି ଗତ ସପ୍ତାହରେ ୨୦ କରୋନା ରୋଗୀ ଭର୍ତ୍ତ ହୋଇଥବା ବେଳେ ଆଜି ଏହି ସଂଖ୍ୟ ୧୭୦ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖିଲେ ସ୍ପଷ୍ଟ ଜଣାପଡ଼ୁଛି, ସ୍ଥିତି ନସୁଧୁରିଲେ ଆଗାମୀ ସମୟରେ ଦିଲ୍ଲୀରେ ବେଡ଼ ମିଳିବା କଷ୍ଟକର ହୋଇପଡ଼ିବ । ପୂର୍ବରୁ ଅଧିକ ବୃଦ୍ଧ ବ୍ୟକ୍ତିଙ୍କୁ କରୋନା ଭୟ ରହୁଥିଲା । କିନ୍ତୁ ଏଥର ଯୁବଗୋଷ୍ଠୀ, ଗର୍ଭବତୀ ମହିଳା ଓ ଛୁଆ ମାନଙ୍କୁ ଶିକାର କରୁଛି କରୋନା ।

ସେପଟେ ଡକ୍ଟର କହିଛନ୍ତି, ମୁମ୍ବାଇରେ ୮୦ ପ୍ରତିଶତ ମାମଲାରେ କରୋନାର କୌଣସି ଲକ୍ଷଣ ନାହିଁ । ମହିଳା ଓ କୁନି କୁନି ଶିଶୁଙ୍କ ନିକଟରେ କରୋନା ଲକ୍ଷଣ କମ ଥିବାବେଳେ, ସେମାନଙ୍କ ମହାମାରୀରୁ ରକ୍ଷା ପାଇବାକୁ ହେଲେ ଅଧିକ ସଚେତନ ରାହିବାକୁ ପଡ଼ିବ ବୋଲି ବିଶଷଜ୍ଞ ମତ ପ୍ରକାଶ କରିଛନ୍ତି । ଦିଲ୍ଲୀରେ ବିଗତ କିଛି ଦିନ ହେବ ତୀବ୍ର ବେଗରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୫୧୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନଭେମ୍ବର ୨୦୨୦ ପରେ ଏହା ସର୍ବାଧିକ ମାମଲା ରେକର୍ଡ଼ ହୋଇଥିବା ସୂଚନା ମିଳିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଏବେ ନାଇଟ୍ କର୍ଫ୍ୟୁ କରାଯାଇଛି ।

ସେପଟେ ଆଜି ଦେଶରେ କରୋନା ସଂକ୍ରମଣ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୧୫ ହଜାର ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ଦେଶରେ ୫୯, ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ଟିଭ କେସ ୫୫, ୨୫୦ ଥିବା ଜଣଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୬୩୦ ଜଣଙ୍କର ମୃତ୍ୟୁ ଘଟିଛି।
ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧, ୨୮, ୦୧, ୭୮୫ ଛୁଇଁଛି। ରିକଭରି ସଂଖ୍ୟା ୧,୧୭, ୯୨,୧୩୫ ହୋଇଥିବାବେଳେ ଆକ୍ଟିଭ ସଂଖ୍ୟା ଅଛି ୮, ୪୩,୪୭୩। ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧, ୬୬, ୧୭୭ ଥିବାବେଳେ ଆଜି ସୁଦ୍ଧା ଦେଶରେ ଟିକା ନେଇଛନ୍ତି ୮, ୭୦, ୭୭, ୪୭୪।

Other Stories