ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା- ଟ୍ରମ୍ପ

ନୂଆଦିଲ୍ଲୀ:ମାସକ ଭିତରେ ପ୍ରସ୍ତୁତ ହୋଇପାରେ କରୋନା ଟିକା। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ କହିଛନ୍ତି। କରୋନା ଟିକାକୁ ନେଇ ବିଭିନ୍ନ ଦେଶରେ ପରୀକ୍ଷାନିରୀକ୍ଷା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ନୂଆ ଆଶା ସୃଷ୍ଟି କରିଛି।

ଆମେରିକାର ପେନସିଲଭାନିଆରେ ଭୋଟରମାନଙ୍କ ସହ ଆଲୋଚନା ବେଳେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ, ଟିକା ପ୍ରସ୍ତୁତି ନେଇ ଆମେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଟିକା ଆସିପାରେ ବୋଲି ଟ୍ରମ୍ପ କହିଛନ୍ତି।

ସେପଟେ ଟ୍ରମ୍ପଙ୍କ ଏଭଳି ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛି ଡେମୋକ୍ରାଟ୍ ଦଳ। ନିର୍ବାଚନରେ ଫାଇଦା ପାଇବା ପାଇଁ ଟିକା ପ୍ରସ୍ତୁତି ପାଇଁ ସ୍ବାସ୍ଥ୍ୟ ନିୟାମକ ଓ ବୈଜ୍ଞାନିକମାନଙ୍କ ଉପରେ ଟ୍ରମ୍ପ ପ୍ରଶାସନ ଚାପ ପକାଉଥିବା ଡେମେକ୍ରାଟିକ ଦଳ ଅଭିଯୋଗ କରିଛି।

ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏଥିରେ ଡେମେକ୍ରାଟିକ ପକ୍ଷରୁ ଜୋ ବିଡେନ୍ ପ୍ରାର୍ଥୀ ହୋଇଥିବା ବେଳେ ଡୋନାଲଡ୍ ଟ୍ରମ୍ପ ରିପବ୍ଲିକାନ୍ ପକ୍ଷରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like