ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ମହାମାରୀ କରୋନା ପାଇଁ ଅକ୍ସଫୋର୍ଡ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଥିବ । ଏହାକୁ ଆସନ୍ତାବର୍ଷ ଏପ୍ରିଲ କିମ୍ବା ଜୁଲାଇ ବେଳକୁ ପ୍ରଥମ ଦଫାରେ ୧୦କୋଟି ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିବ। ଏହା କହିଛନ୍ତି ପୁନେସ୍ଥିତ ଭାରତୀୟ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଏ. ପୁନାଓ୍ବାଲା ।

ଯଦି ଏମରଜେନ୍ସି ଲାଇସେନ୍ସ ପାଇଁ ଆମେ ପ୍ରସ୍ତୁତ ନହେଉ ତେବେ ଭ୍ୟାକ୍ସିନ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇ ଜାନୁୟାରୀ ମାସ ଆରମ୍ଭ ବେଳକୁ ବଜାରରେ ଉପଲବ୍ଧ ହୋଇପାରିବ ବୋଲି ସେ କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଏଭଳି କହିଛନ୍ତି ଏ.ପୁନାଓ୍ବାଲା।

ବର୍ତ୍ତମାନ ସାରା ବିଶ୍ୱରେ ୧୫୦ରୁ ଅଧିକ ଭ୍ୟାକସିନ୍ ଉପରେ ଗବେଷଣା ଜାରି ରହିଛି। ଏଥିମଧ୍ୟରୁ ୩୮ଟିର ହ୍ୟୁମାନେ ଟ୍ରାଏଲ ଆରମ୍ଭ ହୋଇସାରିଛି । ହେଲେ ଏଥିମଧ୍ୟରୁ ଆମେ ଆଗରେ ଅଛୁ ବୋଲି କହିଛନ୍ତି ପୁନାୱାଲା ।

You might also like