ସରକାରୀ ହସ୍ପିଟାଲରେ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦିଲ୍ଲୀରେ ମାଗଣା ମିଳିବ କରୋନା ଟିକା । ଦିଲ୍ଲୀ ଲୋକଙ୍କ ପାଇଁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କରୋନା ଟିକା ସମ୍ପୁର୍ଣ୍ଣ ମାଗଣାରେ ମିଳିବ  ବୋଲି ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋାଦିଆ।  ଗତକାଲି ପ୍ରଥମଥର ପାଇଁ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିଛନ୍ତି ମନୀଷ।
ବଜେଟ୍‌ରେ ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଫଳରେ ଖୁବ୍‌ଶୀଘ୍ର ଦୈନିକ ଟିକାକରଣ ସଂଖ୍ୟା ବଢ଼ିବ।  ଟିକାକରଣ ଦୈନିକ ୪୫ ହଜାର ହେଉଥିବାବେଳେ ଆଗକୁ ଏହା ୬୦ ହଜାର ହେବ ବୋଲିି ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ।
ବର୍ତ୍ତମାନ ଦିଲ୍ଲୀରେ ୧୯୨ଟି ହସ୍‌ପିଟାଲ୍‌ରେ ଟିକାକରଣ କରାଯାଉଛି । ସେଥିମଧ୍ୟରୁ ୫୬ଟି ସରକାରୀ ଡାକ୍ତରଖାନା ରହିଛି । ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୪୫-୫୯ ବର୍ଷରେ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ଟିକା ଦିଅଯାଉଛି। କିଛିଦିନ ପୂର୍ବରୁ ଦିଲ୍ଲୀରେ ମାଗଣା ଟିକା ମିଳିବ ବୋଲି ସୂଚନା ଦେଇଥିଲେ ଦିଲ୍ଲୀ ସରକାର। କରୋନାର ପରବର୍ତ୍ତି ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଲେ ବଜେଟ୍‌ରେ ମାଗଣା ଟିକାକରଣ ନେଇ ପ୍ରାସ୍ତାବ ରହିବ ବୋଲି ଦିଲ୍ଲୀ ସରକାର କହିଥିଲେ।  ଏହା ବ୍ୟତୀତ ଦିଲ୍ଲୀ ଲୋକଙ୍କୁ ମାଗଣା କେରୋନା ଟିକା ଦିଆଯିବା ନେଇ ଜାନୁଆରୀ ୨୧ ତାରିଖରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ।

ସୁୂଚନା ଥାଉ କି ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମେ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା।  ସେହିପରି ଫେବ୍ରୁଆରୀ ୨ ତାରିଖରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାାଇଥିଲା।

ଏହାପରେ ମାର୍ଚ୍ଚ ୧ ତାରିଖରରୁ ତୃତୀୟ ପଯର୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ରୁ ବର୍ଷରୁ ଅଧିକ ବୟସ ହୋଇଥିବା ଲୋକଙ୍କୁ ଟିକା ଦିଆଯାଉଛି। ତେବେ ଏପର୍ଯ୍ୟନ୍ତ ଦେଶରେ ୨.୨୬ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି । ୨୪ ଘଣ୍ଟାରେ ୧୬,୯୬,୫୮୮ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।

You might also like