ମେ’ ପହିଲାରେ ଭାରତକୁ ମିଳିବ ଋଷିଆ ଟିକା

ନୂଆଦିଲ୍ଲୀ:ଭାରତରେ କୋଭିଡ ସ୍ଥିତି ଦିନକୁ ଦିନ ବିଗୁଡୁଛି। ହେଲେ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଚେଷ୍ଟା ଚଲାଇଛନ୍ତି। ଟିକାର ଅଭାବ ଯୋଗୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ନେଇ ରାଜ୍ୟରେ ସଙ୍କଟ ଦେଖା ଦେଲାଣି। ଏପରି ସ୍ଥିତିରେ ଆଶ୍ୱାସନର ଖବର ଆସିଛି।  ମେ’ ପହିଲାରେ ଭାରତକୁ ମିଳିବ ସ୍ପୁଟନିକ୍ -ଭି ଟିକା।

ଋ଼ଷିଆ ତାର ନିଜସ୍ୱ ଭାକ୍ସିନ ସ୍ପୁଟନିକ ଭି ପ୍ରଥମ ଫେଜ୍ ଭ୍ୟାକସିନ୍ ଭାରତକୁ ଯୋଗାଇ ଦେବ । ଋ଼ଷିଆ  ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଜରିଆରେ ଭାରତକୁ ଆସିବ। ଭାରତରେ ଡକ୍ଟର ରେଡ୍ଡୀ ସମେତ କିଛି ଲ୍ୟାବ୍ ଏହାକୁ ବଣ୍ଟନ କରିବ। ସେଠାରେ ପରୀକ୍ଷଣ ପରେ ଏହାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ। ତେବେ  କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟକୁ ଦିଆଯିବ ନା ରାଜ୍ୟକୁ ସିଧାସଳଖ ଯୋଗାଯିବ ସେ ନେଇ ନିଷ୍ପତ୍ତି ହେବ।

ସୂଚନାଥାଉ କି, ପୂର୍ବରୁ ସ୍ପୁଟନିକ୍ ଭିକୁ DCGI ଜରୁରୀକାଳୀନ ଅନୁମତି ଦେଇଛି। ‘ସ୍ପୁଟନିକ ଭି’ର ଦାମ୍‌ ୭୫୦ ଟଙ୍କା ରହିପାରେ। କୋଭିସିଲ୍‌ଡ ଠାରୁ ଏହାର ଦାମ ଅଧିକ ରହିଲେ ହେଁ ଏହାର ସଫଳତା ହାର ୯୦%ରୁ ଅଧିକ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇ ଦେବ । ଏ ନେଇ ୫ଟି ପ୍ରମୁଖ ଭାରତୀୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତି କରିଛି।  ଗ୍ରୀଷ୍ମ ଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଞ୍ଚିବ। ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଟିକାକରଣକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ତେଣୁ କୋଭିଶିଲ୍ଡ, କୋଭାକ୍ସିନ ପରେ ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀରେ ଆସି ପହଞ୍ଚିଛି ସହାୟତା। ୟୁକେରୁ ୧୦୦ଟି ଭେଣ୍ଟିଲେଟର୍, ୯୫ଟି ଖାଲି ଅକ୍ସିଜେନ୍ ସିଲିଣ୍ଡର ଆସିଛି। ଏହାସହ ଔଷଧ, ଉପକରଣ ଏବଂ ବହୁ ପରିମାଣର ଔଷଧୀୟ ସାମଗ୍ରୀ ମଧ୍ୟ ଦେଶକୁ ଆସିଛି। ଇଂଲଣ୍ଡ ପକ୍ଷରୁ ଏହି ସବୁ ସାମଗ୍ରୀ ସହାୟତା ଯୋଗାଯାଇଛି।

କଭିଡ୍‌ ବିପତ୍ତି ସମୟରେ ଭାରତକୁ ସହାୟତା ଦେବା ସହ ନିଜର ସମର୍ଥନ ଜଣାଇଛି ୟୁକେ। ଭାରତର ଏହି ଅସମୟରେ ଇଂଲଣ୍ଡ ଛିଡ଼ା ହୋଇଛି ଏବଂ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ଦୁଇ ଦିନ ତଳେ କୁହାଯାଇଥିଲା। ପ୍ରତିଶ୍ରୁତି ମୁତାବକ ଏବେ ଭାରତକୁ ସହାୟତା କରିଛି ୟୁକେ।

You might also like