କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ

କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର

ନୂଆଦିଲ୍ଲୀ: କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର। ଦେଶରେ କରୋନା ଟିକା ଉପଲବ୍ଧ ହେବା ପରେ ଯେଉଁ ବ୍ୟକ୍ତି ନିଜ ତରଫରୁ ଚାହିଁବେ, ସେମାନେ ନେଇ ପାରିବେ। ଏବଂ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଟିକା ଇଚ୍ଛାଧୀନ ହୋଇଥିଲେ ବି ଗ୍ରହଣ କରିବା ଭଲ ବୋଲି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। କୋଭିଡ୍ ଟିକା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କି ନୁହେଁ, ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଏହାସହ ଦେଶରେ ଟିକାକରଣ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି । ୨୮ ଦିନ ଅନ୍ତରରେ ଦିଆଯିବ ଦୁଇଟି ଡୋଜ୍ ଟିକାର ଦୁଇଟି ଡୋଜ୍ ଦେବାକୁ ନିୟମ ରହିଥିବା ବେଳେ କର୍କଟ, ମଧୁମେହ ଅାଦି ଗୁରୁତର ରୋଗାକ୍ରାନ୍ତ ଟିକା ନେବା ଜରୁରୀ ବୋଲି ପରାମର୍ଶ ଦିଅାଯାଇଛି ଟିକା ପାଇଁ ନାମ ପଞ୍ଜୀକରଣ ପରେ ଜଣଙ୍କୁ ମେସେଜ ଜରିଅାରେ କେବେ କେଉଁ ଟିକା ଦିଅାଯିବ, ଜଣାଇ ଦିଅାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି…

You might also like